ଜଗତସିଂହପୁର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ରାଜ୍ୟରେ ତୃତୀୟ

ପୁରସ୍କୃତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୦୫/୦୯/୨୦୨୫ (ଓଡ଼ିଶା ସମାଚାର)- ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାରା ରାଜ୍ୟ ରେ ଜଗତସିଂହପୁର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଲୋକସେବା ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ୨୦୨୫ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଜଗତସିଂହପୁର ଜିଲ୍ଲା କୁ ସମ୍ମାନିତ କରିଛନ୍ତି।

ପ୍ରକାଶ ଥାଉ କି, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ନିୟମିତ ତଦାରଖ ରେ ରେ ଜିଲ୍ଲା  ଅବିରତ ଭାବେ ଶିକ୍ଷା କ୍ଷେତ୍ର ରେ ଗୌରବ ସୃଷ୍ଟି ସହ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ରୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ଯୋଗୁଁ ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଅଛି ।

Leave a Reply

Your email address will not be published. Required fields are marked *