ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ପୂର୍ବତନ ନଗରପାଳଙ୍କ ପୁଅ ।

ଜୁନାଗଡ଼,୨୧/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ତାଲବନ୍ଦପଡ଼ାରୁ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ କୋଟିଚନ୍ଦ୍ର ମହାଳିକ (୪୨) ବୋଲି ଜଣାପଡ଼ିଛି।

ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାଧାନତା ଯୋଗୁ ସେ ଗଭୀରକୁ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଅଗ୍ନିଶମ ବାହିନୀ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କୋଟିଚନ୍ଦ୍ର ଜୁନାଗଡ଼ର ପୂର୍ବତନ ନଗରପାଳଙ୍କ ପୁଅ ଅଟନ୍ତି।

Leave a Reply

Your email address will not be published. Required fields are marked *