ନିଶ୍ଚିନ୍ତକୋଇଲି,୨୧/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମ ରେ ସ୍ୱାମୀ ର ପରକିଆ ପ୍ରୀତି ସନ୍ଦେହ କୁ ନେଇ ନିଜ ସ୍ତ୍ରୀ ତିନୋଟି ନାବାଳିକା ଝିଅ ଙ୍କୁ ଧରି ଗ୍ରାମର ଅଧ କିଲୋମିଟର ଦୂର ଅନ୍ୟ ଜଣେ ମହିଳାଙ୍କ ଘର ସମ୍ମୁଖରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ମା ଏବଂ ତିନି ନାବାଳିକା ଝିଅ ଙ୍କୁ ଉଦ୍ଧାର କରି ଥାନା କୁ ଆଣି ଅଧିକ ତଦନ୍ତ ଚଳାଇଛି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହେଉଛନ୍ତି ଝରଣା ମଲିକ (୨୮) । ଶ୍ୱଶୁର ଙ୍କ କହିବା ଅନୁଯାଇ ପୁଅ ସୁଦୂର ହାଇଦ୍ରାବାଦ ରେ ଥିଲା ବେଳେ ପରିବାରରେ ଆଗରୁ ବହୁ କଳି ଝଗଡା ଲାଗେ । ସେ ବୋହୁ ଆମ ସହିତ କଥା ହୁଏ ନାହିଁ । ଆଜି ଏହି ଭଳି ଘଟଣା ଘଟିଥିବା ଶ୍ୱଶୁର ବଟ କୃଷ୍ଣ ମଳିକ କହିଛନ୍ତି ।
