ସେମିଳିଗୁଡା,୧୯/୧୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ସେମିଳିଗୁଡାର କୋଡିଗାଁ ନିକଟରେ ମଙ୍ଗଳବାର ଏକ ସ୍କୁଟିକୁ ବଞ୍ଚାଇବାକୁ ଯ଼ାଇ ଏକ ଟିପର ଓଲୋଟି ପଡିଥିଲା । ଏଥିରେ ଟିପର ଚାଳକ ଆହାତ ହୋଇଥିବା ଜଣାପଡିଛି । ଟିପର ନଂ ଓଆର ଜି ୮୩୭୧ . ଟିପରରେ ୩ଜଣ ବସିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆାହାତ ହୋଇଥିବା ଜଣାପଡିଛି । ଟିପରରେ ଆସ ବୋଝେଇ ହୋଇ ସେମିଳିଗୁଡାରୁ ନନ୍ଦପୁର ଯ଼ାଉଥିଲା । କୋଡିଗାଁ ଟର୍ଣ୍ଣି ନିକଟରେ ବିପରିତ ଦିଗରୁ ଏକ ସ୍କୁଟି ଆସୁଥିବା ବେଳେ ତାହା ଟିପର ସାମନାକୁ ଆସିଯ଼ାଇଥିଲା । ଉକ୍ତ ସ୍କୁଟିକୁ ବଞ୍ଚାଇବାକୁ ଯ଼ାଇ ଟିପର ଭାରସାମ୍ୟ ହରାଇ ଓଲୋଟି ପଡିଥିଲା । ଘଟଣାସ୍ଥଳେ ରେ ସେମିଲିଗୁଡା ପୋଲିସ ପହଂଚି ତଦନ୍ତ କରୁଛି ।
ସ୍କୁଟି ଚାଳକକୁ ବଞ୍ଚାଇବୁକା ଯ଼ାଇ ଟିପର ଓଲୋଟିଲା
![](https://eodishasamachar.com/wp-content/uploads/2023/12/WhatsApp-Image-2023-12-19-at-10.13.25-PM1.jpeg)