ବେଆଇନ ମଦ ଧରପଗଡ଼ ଓ ଆଦିବାସୀ ଙ୍କୁ ଗିରଫ ପ୍ରତିବାଦ ରେ ଆଦିବାସୀ ମେଳି,

ଗିରଫ ଦୁଇ ଜଣ କୁ ଖଲାସ ପାଇଁ ଧନୁତୀର ଧରି ଖଲ୍ଲିକୋଟ ଥାନା ଘେରାଉ, ପୋଲିସ ସହ ଧସ୍ତା ଧସ୍ତି  – ମଦ ବିକ୍ରି ବନ୍ଦ ବଦଳରେ ପ୍ରତି ପରିବାର ର ଜଣକୁ ଚାକିରି ଦାବି  ।

ଖଲ୍ଲିକୋଟ, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ ଥାନା ର ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାଦପଲ୍ଲୀ ପଂଚାୟତ କମ।ରସିଙ୍ଗି ଗ୍ରାମରେ ବିପୁଳ ପରିମାଣ ର ବେଆଇନ ମହୁଲି ମଦ ରାନ୍ଧି ଜିଲ୍ଲା ଓ ଜିଲ୍ଲା ବାହାରକୁ ପଠାଯାଉଥିବା ଖବର ପାଇ ଖଲ୍ଲିକୋଟ ପୋଲିସ ଅଚାନକ ଗ୍ରାମରେ ଥିବା ବେଆଇନ ମଦ ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମହୁଲି ମଦ ଓ ମଦ ତିଆରି ସରଞ୍ଜାମ ନଷ୍ଟ କରିବା ସହ ଚାରି ଜଣ ଆଦିବାସୀ ଙ୍କୁ ଥାନାକୁ ଆଣି ଦୁଇ ଜଣକୁ ଛାଡି ଦେଇଥିଲା  । ଅନ୍ୟ ଦୁଇ ଜଣ ଆଦିବାସୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିଲା  ।ଏହି ଖବର ପ୍ରସାରିତ ହେବା ପରେ ଶନିବାର ଦିନ ଆଦିବାସୀ ପୁରୁଷ ଓ ମହିଳା ମାନେ ହାତରେ  ପାରମ୍ପରିକ ଅସ୍ତ୍ର ଧନୁ, ତୀର ଓ ଟାଙ୍ଗିଆ ଧରି ଖଲ୍ଲିକୋଟ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଭିତରେ ପଶିବା ପାଇଁ ଉଦ୍ୟମ କରିବା ସମୟ ରେ ପୋଲିସ ଓ ଉତ୍ୟକ୍ତ ଆଡବାସୀ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା  । ଆଗାମୀ  ୨୪ ଘଣ୍ଟା ମଧ୍ୟ ରେ ଦୁଇ ଆଦିବାସୀ ଙ୍କୁ ବିନା ସର୍ତ୍ତ ରେ ଖଲାସ କରିବା ପାଇଁ ଦାବି କରିଥିଲେ  । ଦୁଇ ଘଣ୍ଟା ଧରି ପୋଲିସ ଓ ଆଦିବାସୀ ମଧ୍ୟ ରେ ଠେଲା ପେଲା ଲାଗି ରହିଥିବା ବେଳେ ପୋଲିସ ର ବୁଝା ସୁଝା ପରେ ଆଦିବାସୀ ମାନେ ଥାନା ସମ୍ମୁଖରୁ ହଟିଥିଲେ ।  ଆଦିବାସୀ ମାନେ ଗଣମାଧ୍ୟମ କୁ ସୂଚନା ଦେଇ ଆଦିବାସୀ ମାନେ ପୁରୁଷ।ନୁକ୍ରମେ ମଦ ରାନ୍ଧିବା ଓ ବିକିବା ଗଡି ଚାଲିଛି  । ଯଦି ସରକାର ବେଆଇନ ମଦ ରାନ୍ଧିବା ଓ ବିକିବା ବନ୍ଦ କରିବେ ତାହେଲେ ସରକାର ପ୍ରତି ଆଦିବାସୀ ପରିବାର ରୁ ଜଣକୁ ସରକାରୀ ଚାକିରୀ ଦେବା  ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ  ।

Leave a Reply

Your email address will not be published. Required fields are marked *