Breaking news : ଜୁନାଗଡ଼ ରେ ହତ୍ୟାକାଣ୍ଡ – ଟାଙ୍ଗିଆ ରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛି –  ଅଭିଯୁକ୍ତ ଅଟକ

ଜୁନାଗଡ,୧୬/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରେ ଆଜି (ଶନିବାର) ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। କୌଣସି କଥାକୁ ନେଇ କଥା କଟାକଟି ରୁ  ହତ୍ୟାକାଣ୍ଡ ଘଟିଛି।

ଚେରମହୁଲ ଗାଁ ର ରତ୍ନାକର ମାଝୀ ସେହି ଗାଁ ର ରଥ କନ୍ଦପାନ କୁ ଟାଙ୍ଗିଆ ରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ସୂଚନା । କେଉଁ କାରଣ ରୁ ହତ୍ୟାକାଣ୍ଡ  ଘଟିଛି , ତାହା  ଅସ୍ପଷ୍ଟ ଥିବା ବେଳେ ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଯାଇ ଅଭିଯୁକ୍ତ ରତ୍ନାକର ମାଝୀ କୁ ଅଟକ ରଖିବା ସହିତ ସାଇଂଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ କରୁଛି  ।

 ଦୁଇଟି ଟାଙ୍ଗିଆ ଜବତ ହୋଇଛି । ଏ ସମ୍ପର୍କରେ ଜୁନାଗଡ଼ ଥାନାରେ ୫୫୨/୨୫ ରେ ଏକ ମାମଲା ରୁଜୁ କରାଯାଇଛି ।

 

Leave a Reply

Your email address will not be published. Required fields are marked *