କଟକ ସଦର,୧୬/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିବା କଟକ ର ଦହିବରା ପରେ ଆଳୁ ଦମ ଦହିବରା ର ଜନକ ରଘୁ ସାଶମଲ ଙ୍କର ଆଜି ଶନିବାର ସକାଳେ ବିଡାନାସୀ ବାସଭବନରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ କଟକ ର ଖାଦ୍ୟ ପ୍ରେମୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।
ସୂଚନାଯୋଗ୍ୟ ଯେ ଏବେ ତ କଟକ ରେ ଅନେକ ଦହିବରା ଦୋକାନ ଖୋଲିଥିବା ବେଳେ ରଘୁ ଦହିବରା ଦୋକାନ ତାର ସ୍ୱତନ୍ତ୍ରତା ଏବେ ବି ବଜାୟ ରଖିପାରିଛି। ମୃତ୍ୟୁ ଖବର ପାଇ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ବିଜେପି ନେତା ତଥା ଚଳଚିତ୍ର ଅଭିନେତା ଶ୍ରୀତମ ଦାସ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନକୁ ଯାଇଁ ଶେଷ ଦର୍ଶନ କରିବା ସହିତ ଶ୍ରଧାସୁମନ ଅର୍ପଣ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ରଘୁ ଦହିବରା କେବଳ ଗୋଟିଏ ନାଁ ନଥିଲା ଥିଲା ଏକ ବ୍ରାଣ୍ଡ।
