ଭୁବନ ଘରୋଇ ବସ ମାଲିକ ଜନ ମଙ୍ଗଳ ସଂଘ ର ରୌପ୍ୟ ଜୟନ୍ତୀ ଓ ବନ୍ଧୁ ମିଳନ

                                    ଯାତ୍ରୀ ଙ୍କୁ ଉତ୍ତମ ବ୍ୟବହାର,ସେବା ଓ ସୁରକ୍ଷା ଦେବାକୁ ଆହ୍ବାନ

ଭୁବନ ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଘରୋଇ ବସ୍ ମାଲିକ ଜନ ମଙ୍ଗଳ ସଂଘ ର ୨୫ ତମ ବାର୍ଷିକ ଉତ୍ସବ ( ରୌପ୍ୟ ଜୟନ୍ତୀ) ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବସ ମାଲିକ ସଂଘ ସଭାପତି ନିରଞ୍ଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତ୍ରୀ ଙ୍କୁ ଉତ୍ତମ ବ୍ୟବହାର,ପରିବହନ ସେବା ଓ ଯାତ୍ରୀ ଙ୍କ ସୁରକ୍ଷା ପ୍ରତି ମାଲିକ ମାନେ ସଚେତନ ହେବାକୁ ଆହ୍ବାନ ଦେଇଥିଲେ। ତା ସହିତ ସମାଜ ସେବା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ଡୁବୁରୀ କପିଳେଶ୍ୱର ବସ ମାଲିକ ସଂଘ ସଭାପତି ପ୍ରମୋଦ କୁମାର ନାୟକ,କଟକ ବସ ମାଲିକ ସଂଘ ଉପ ସଭାପତି ପବିତ୍ର ମୋହନ ଖଟୁଆ ଯୋଗଦେଇଥିଲେ । ଅଜୟ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ,ପ୍ରଭାତ କୁମାର ଅଗ୍ରୱାଲ,ଉପଦେଷ୍ଟା କୁଞ୍ଜ ବିହାରୀ ଚିନରା ଙ୍କ ସମେତ ବସ ମାଲିକ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଭୁବନ ର ବିଶିଷ୍ଟ ବ୍ୟକ୍ତି ମାନଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *