ସାଲେପୁର,୧୬/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସାଲେପୁର ସ୍ଥିତ ଇସ୍କନ୍ ମନ୍ଦିର ପରିସରରେ ଶୁକ୍ରବାର ମହାଆଡମ୍ବର ରେ ଜନ୍ମାଷ୍ଟମୀପାଳିତ ହୋଇଯାଇଛି ।
ଶହ ଶହ ରାଧା କୃଷ୍ଣ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପୂଜାର୍ଚନା କରିଥିଲେ । ଏଥି ସହ କୁନି କୁନି ପିଲା ମାନଙ୍କଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ସାଲେପୁରର ଏଲଏନଏସ ପାଠଶାଳା ପକ୍ଷରୁ ଡ୍ୟାନ୍ସ ଆଣ୍ଡ ଡ୍ୟାନ୍ସ ଗ୍ରୁପ୍ଏଥିରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ ଓ ସାଲେପୁର ଇସ୍କନ ଶାଖା ମୁଖ୍ୟ ମହାରାଜଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।
