ଲଙ୍କେଶ୍ଵରୀ କ୍ଲବ ଗଣପତି ମେମୋରିଆଲ  ଫୁଟବଲ ପ୍ରତିଯୋଗିତା ।

ଜୁନାଗଡ,୧୬/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ୭୯ତମ ସ୍ୱାଧୀନତା ଦିବସ  ଅବସରରେ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ  ଜୁନାଗଡ ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ  ଜୁନାଗଡ ଫୁଟବଲ କ୍ଲବ ଓ ନାଇଁଥ ଆଇ.ଆର.ବି ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଗଣପତି ମେମୋରିଆଲ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି  ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ସଂଘର୍ଷ ପୂର୍ଣ ହୋଇଥିଲା । ୧ -୧ ଗୋଲରେ ଖେଳ ବାରାବର୍ ହୋଇଥିଲା । ଏହି ଖେଳକୁ  ରାଜେନ୍ଦ୍ର ଲହଜଲ , ସୁବାସ ତାନଡି ଏବଂ ରିଙ୍କୁ ପ୍ରଧାନି ପରିଚାଳନା କରିଥିଲେ ।

ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ସହରର ସମାଜସେବୀ  ତଥା ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂବର୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ପୁଝାରୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ  । ଏହି ଅବସରରେ  ଅବସରପ୍ରାପ୍ତ ଇଣ୍ଡିଆନ ଆର୍ମି ଦିଲୀପ ଧଙ୍ଗଡାମାଝି , ଶିକ୍ଷାବିତ୍ ଯୀଶୁ ଗୋପାଳ ଙ୍କ  ସମେତ ଲଙ୍କେଶ୍ଵରୀ କ୍ଲବର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *