ପେଚାମୁଣ୍ଡୀ ପଞ୍ଚାୟତ ରେ ୩୦ରୁ ଉର୍ଦ୍ଧ ଜଙ୍ଗଲି ହାତୀ ଙ୍କ ଉତ୍ପାତ, ଏକର ଏକର ଧାନ ଫସଲ ନଷ୍ଟ

ପାଳଲହଡ଼ା,୧୫/୧୦/୨୦୨୪(ଓଡ଼ିଶା ସମାଚାର)-ପାଳଲହଡ଼ା ବନଖଣ୍ଡ ପେଚାମୁଣ୍ଡି ପଞ୍ଚାୟତ ର ପେଚାମୁଣ୍ଡି, ଜକପାଣି, ଲକ୍ଷ୍ମୀପ୍ରିୟାପୁର ଆଦି ପ୍ରମୁଖ ତିନିଟି ଗ୍ରାମ ରେ ପଖାପାଖି ଏକ ମାସ ହେବ ୩୦ ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହି ଦୀନ ରାତି ଉତ୍ପାତ କରି ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ତାଙ୍କୁ କାବୁ କରିବା ପାଇଁ ନୟାନ୍ତ ହୋଇସାରିଲେଣି। ସୂଚନା ଅନୁଯାଇ ଦେବଗଡ ବାନଖଣ୍ଡ ପାଳଲହଡ଼ା ବନ୍ୟାଞ୍ଚଳ ଜମରଡିହ ବିଟ୍ ଅନ୍ତର୍ଗତ ପେଚାମୁଣ୍ଡି ପଞ୍ଚାୟତ ରେ ଜଙ୍ଗଲି ହାତୀ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି। ହାତୀପଲ ଙ୍କ ଦ୍ଵାରା ଆଖ ପାଖ ୮/୧୦ ଟି ଗ୍ରାମ ର ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଏକ ବର୍ଷ ମଧ୍ୟରେ ଆଖ ପାଖ ଅଞ୍ଚଳ ରେ ଦନ୍ତା ହାତୀ ଆକ୍ରମଣ ରେ ତିନି ଜଣ ନିରିହ ଲୋକଙ୍କ ଜୀବନ ଚାଲି ଯାଇଥିବାରୁ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତମାନ ଗ୍ରାମାଂଚଳ ରେ ଧାନ ଅମଳ ର ସମୟ ଆସୁଥିବା ବେଳେ ଜଙ୍ଗଲି ହାତୀ ଗୁଡିକ ଗାଁ ମୂହା ହୋଇ ଦିନ ରାତି ଗାଁ ମୁଣ୍ଡରେ ରହି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଆଜି ଦେଖିବାକୁ ମିଳିଛି।ଖବର ପାଇ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚିଥିଲେ ସୁଦ୍ଧା ହାତୀ ପଲ କୁ ଘଉଡ଼ାଇବା ରେ ବିଫଳ ହୋଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ଏକଜୁଟ ହୋଇ ନିଜ ଫସଲ କୁ ରକ୍ଷା କରିବା ପାଇଁ ଉପାୟ ଶୂନ୍ୟ ହୋଇ ଦିନ ରାତି ଜଗି ବସିଛନ୍ତି। ବନବିଭାଗ ହାତୀ ପଲ ଙ୍କୁ ଘଉଡ଼ାଇବା ରେ ବିଫଳ ହେଉଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ହାତୀ ପଲ ଗ୍ରାମ ଗୁଡ଼ିକ ର ଧାନ ଫସଲ ଜମିରେ ଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ହାତୀ ପଲ ଙ୍କୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *