ଲକ୍ଷ୍ମୀପୁର ୧୫/୦୮/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)-ଲକ୍ଷ୍ମୀପୁର ବ୍ଲକ ପିପପଳପଦର ସଦର ପଞ୍ଚାୟତ ରେ ଥିବା ପ୍ରତ୍ୟେକ ସାହି ରାସ୍ତା ଅଳିଆ ଆବର୍ଜନରେ ଭରପୁର ହୋଇ ପଡି ରହିଥିବା ବେଳେ ମଶା ଡାଁସ ଙ୍କ ବଂଶ ବୃଦ୍ଧି ହେବାରେ ଲାଗିଛି।ଫଳରେ ଅନେକ ଲୋକ ରୋଗରେ ପଡ଼ି ସ୍ୱାସ୍ଥ୍ୟ କେନ୍ଦ୍ର ଦୌଡୁଛନ୍ତି। ଯାହାକୁ ନେଇ ଏବେ ଯୁବକ ସଂଘ ଆଗେଇ ଆସିଛି। ହାତରେ କୋଡ଼ି କୋଦାଳ ଝାଡୁ ଧରି ଯୁବ ଗୋଷ୍ଠୀ ପ୍ରତ୍ୟେକ ସ୍ଥାନରୁ ଅଳିଆ ଆବର୍ଜନା ହଟାଇ ଗାଁ ଠୁ ଦୂରରେ ନେଇ ଫିଙ୍ଗିଥିଲେ। ଏଥିରେ ନକୁଳ ମାଣ୍ଡିଙ୍ଗା, ସନିଆ ମାଣ୍ଡିଙ୍ଗା, ଆଦ୍ୟସା ମାଣ୍ଡିଙ୍ଗା, ସମ୍ବରୁ ମିଣିଆକା,ଅମିନ ମାଣ୍ଡିଙ୍ଗା, କୁମୁଟି ମାଣ୍ଡିଙ୍ଗା,ଗଙ୍ଗାଧର ମାଣ୍ଡିଙ୍ଗା, ସୁବାସ ମାଣ୍ଡିଙ୍ଗା,ଟିଙ୍କୁ ମାଣ୍ଡିଙ୍ଗା, ଶରତ ମାଣ୍ଡିଙ୍ଗା,ସନ୍ତୋଷ ମାଣ୍ଡିଙ୍ଗା ଭଳି ଯୁବକ ସଂଘର ୧୫ ଜଣ ସଦସ୍ୟ ସାମିଲ ଥିଲେ।
ଗାଁ ସଫେଇ କଲେ ଯୁବକ ସଂଘ
