ମହାପ୍ରଭୁଙ୍କ ଦର୍ଶନକଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ,୧୫/୦୮/୨୦୨୫(ଓଡ଼ିଶା ସମାଚାର)- ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ସକାଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ୍ର ପ୍ରଧାନ ନିଜ ଧର୍ମ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଆସିଥିଲେ । ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଂଚିବା ପରେ ପୁରୀ ଜିଲାପାଳ ଓ ସେବାୟତ ତାଙ୍କୁ ସ୍ୱାଗତ କରିଥିଲେ ।

ଶ୍ରୀମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପରେ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେରେ କହିଛନ୍ତି, ମୁଁ ବହୁତ୍ ସୌଭାଗ୍ୟଶାଳି । ମହାପ୍ରଭୁଙ୍କ ଦର୍ଶନ ଲାଭ କଲି । ମହାପ୍ରଭୁଙ୍କୁ ପ୍ରାର୍ଥନା କରଛି । ଆମ ରାଜ୍ୟ ଓ ଦେଶକୁ ଆଶୀର୍ବାଦ ଦିଅନ୍ତୁ । ସମସ୍ତଙ୍କ ଜୀବନ ରେ ଖୁସି, ସମୃଦ୍ଧି ଓ ବିକାଶ ହେଉ ।

Leave a Reply

Your email address will not be published. Required fields are marked *