କଟକ ସଦର,୨୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ଦେଓପୁର ଗ୍ରାମର ଯୁଵ ସମାଜସେବୀ ତଥା ବିଜେଡ଼ିର ଦୃଢ଼ ସମର୍ଥକ ପପୁଲା ଓରଫ ସମସେଦ୍ ଅଲ୍ଲୀ ଖାଁ (୪୧) ଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି। 
ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ବିଜେଡ଼ି ନେତା ଆରତ ରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ପପୁଲାଙ୍କୁ ମୁସଲିମ ରୀତିନୀତି ଅନୁସାରେ ଆଜି ଶନିବାର ଦିନ କବର ଦିଆଯାଇଛି।
