‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଵୟାଳିଶ ମୌଜା ଥାନାଧିକାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କଟକ ସଦର,୧୧/୦୮/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ରାଜ୍ୟ ପୁଲିସ୍ ପକ୍ଷରୁ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ (ଆଇଆଇସି)ଙ୍କ କାର୍ୟ୍ୟଦକ୍ଷତା ପ୍ରଦର୍ଶନରେ କଟକ କମିଶନରେଟ ତଥା କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଵୈୟାଳିଶ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଗୌରଵ ବହନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ କଟକ ସଦର ବିଶେଷକରି  ଵୈୟାଳିଶ ମୌଜା ପାଇଁ ଗୌରଵ ଆଣିଥିବାରୁ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ପୃଷ୍ଠପୋଷକତାରେ ଏଵଂ ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଙ୍କ ନେତୃତ୍ଵରେ ତିନିବର୍ଷ ର ଥାନା ରେ କାର୍ୟ୍ୟରତ ଥିବା ତିନି ବର୍ଷର ଥାନା ଅଧିକାରୀ ଗିରିଶ ମହାରଣା ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମରେନ୍ଦ୍ର ମହାପାତ୍ର, ସରୋଜ ସାସମଲ, ପ୍ରଶନ୍ନ ବେହେରା, ଆନନ୍ଦ ଦେଵତା, ଆନନ୍ଦ ବେହେରା, ବିଶାଳ ଆଚାର୍ୟ୍ୟ, ଆଶିଷ ମହାନ୍ତି, ପ୍ରକାଶ ମାଝି, ପ୍ରିୟବ୍ରତ ପରିଡ଼ା,ଚନ୍ଦନ ପରିଡା, ସୁମନ ଜେନା, ରାଜେଶ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *