ଅଢେ଼ଇ ବର୍ଷର ଝିଅ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍”-୨୦୨୫ ରେ ସ୍ଥାନିତ

ଓଡ଼ଗାଁ, ୧୨/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ଗାଁ ବ୍ଳକ  ଶରଣକୁଳ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ଅଢେ଼ଇ ବର୍ଷର କୁନି ଝିଅ ଟିଏ ” ଋତିକା ପାଳ “ନିଜର ବୟସ ଅନୁସାରେ ଜ୍ଞାନର ପରିସୀମା ବୃଦ୍ଧି କରି ଚଳିତ ବର୍ଷ”ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୫”ରେ ସ୍ଥାନିତ ହୋଇଛନ୍ତି।

ଝିଅ ଟିଏ ପିତାଙ୍କ ନାମ-ପିଙ୍କୁ ପାଳ, ମାତାଙ୍କ ନାମ-ମାନସୀ ସାମଲ, ଗ୍ରାମ -ଶିଖରପୁର, ଥାନା -ଶରଣକୁଳ, ଜିଲ୍ଲା – ନୟାଗଡ଼। ଅନ୍ ଲାଇନ୍ ମାଧ୍ୟମରେ ୨୦ ଟି ବିଷୟରେ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରି ଏହି ବୟସରେ ଏତେ ବଡ଼ ସଫଳତା ହାସଲ କରି “ଇଣ୍ଡିଆ ବୁକ୍ ଅଫ୍ ଦି ରେକର୍ଡସ୍ -୨୦୨୫”ରେ ନିଜକୁ ସାମିଲ କରିବାରେ ସକ୍ଷମ ହୋଇପାରିଛି।

ନିର୍ଭୁଲ ଉତ୍ତର ପ୍ରଦାନ କରିଥିବା ୨୦ ଟି ବିଷୟ ହେଲା (୧)-ଭାରତର ୨୮ଟି ରାଜ୍ୟ ଓ ସେମାନଙ୍କ ରାଜଧାନୀ ର ନାମ,(୨)-ଭାରତର ୨୦ ଟି ସ୍ମାରକୀ,(୩)-୨୫ ଟି ଜାତୀୟ ସଂକେତ,(୪)-୪୦ ଟି ବିପରୀତ ଶବ୍ଦ,(୫)-ଓଡିଶାର ୩୦ ଟି ଜିଲ୍ଲା,(୬)ଇଂରାଜୀ ବର୍ଣ୍ଣମାଳା ୨୬ ଟି (୭) ହିନ୍ଦୀ ବର୍ଣ୍ଣମାଳା ୪୫ ଟି (୮)-ସାତ ବାର (୯)-ବାରମାସ (୧୦) ଛ ଋତୁ (୧୧)-୧୦ ଦିଗ (୧୨)- ୧୬ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ନାମ (୧୩)-୧୨ ଟି କୀଟ ପତଙ୍ଗ ର ନାମ (୧୪)-୧୭ ଟି ଯାନବାହାନ ନାମ (୧୫)-୧୪ ଟି ବାଦ୍ୟଯନ୍ତ୍ର (୧୬)-୨୦ ଟି ପକ୍ଷୀର ନାମ (୧୭) ୨୪ ଫଳର ନାମ (୧୮) ୨୫ ଟି ପରିବା ର ନାମ (୧୯)-ଶରୀରର ଅଙ୍ଗପ୍ରତ୍ୟଙ୍ଗ ର ନାମ (୨୦) ଗୃହ ପାଳିତ ପଶୁ ବନ୍ୟ ଜନ୍ତୁ ୩୦ ଟି ର ନାମ।

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅଢେ଼ଇ ବର୍ଷର କୁନି ଝିଅ ଋତିକା  ନିଜର ଅଲୌକିକ ପ୍ରତିଭାର ପରିଚୟ ପ୍ରଦାନ କରି “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍”ରେ ନିଜକୁ ସାମିଲ କରିବାରେ ସକ୍ଷମ ହେବା ସହିତ ନିଜ ପିତା, ମାତା, ତଥା ଆମ ଓଡିଶାର ମର୍ୟ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ନୟାଗଡ଼ ଜିଲ୍ଲା, ଓଡ଼ଗାଁ ବ୍ଳକ ଓ ଶିଖରପୁର ଅଞ୍ଚଳ ପାଇଁ ଗୌରବ ମଣ୍ଡିତ କରିପାରିଛି। ଅନ୍ ଲାଇନ ମାଧ୍ୟମରେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍”ପାଇଁ ମା’ଆ ମାନସୀ ଙ୍କ ଅକ୍ଳାନ୍ତ ଉଦ୍ୟମ, ପ୍ରଚେଷ୍ଟା ତଥା ନିଜର ଦକ୍ଷତା ପ୍ରତିପାଦନ କରି ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତ।

ଧନ୍ୟ ସେ କନ୍ୟା ରତ୍ନ,ଧନ୍ୟ ତା’ର ପିତାମାତା”।ସେଥିପାଇଁ ବିଭିନ୍ନ ଆଡ଼ୁ ପ୍ରଶଂସା ର ଛୁଅ ଛୁଟିବାରେ ଲାଗିଛି। ଏହା ସମଗ୍ର ସମାଜ ପାଇଁ ଏକ ପ୍ରେରଣାର ଉତ୍ସ। ଏହା ଦ୍ବାରା ସେ ସୂଚାଇ ଦେଲେ ଯେ ପୁଅ ଝିଅ ମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ, ପ୍ରତ୍ୟେକେ ଅଭ୍ୟାସ କଲେ ନିଶ୍ଚିତ ଭାବରେ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ।

ସେ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ,”ସମସ୍ତ ପିତାମାତା ପୁଅଝିଅ ଙ୍କ ମଧ୍ୟରେ କୌଣସି ଭେଦଭାବ ନ ରଖିବା ପାଇଁ “।ଆମ ଅଞ୍ଚଳର ଏହିପରି ଜଣେ ଅଲୌକିକ ପ୍ରତିଭାର ଅଧିକାରୀ କନ୍ୟା ରତ୍ନର ଉଜ୍ଜ୍ୱଳ ଭବିଷ୍ୟତ ଏକାନ୍ତ କାମ୍ୟ। ଭଗବାନଙ୍କ ନିକଟରେ ପ୍ରାର୍ଥନା ତାହାର ଭବିଷ୍ୟତ ଉଜ୍ଜ୍ବଳମୟ ହେଉ।

Leave a Reply

Your email address will not be published. Required fields are marked *