କଟକ ସଦର,୧୧/୦୮/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ର ବରିଷ୍ଠ ବିଜେପି ନେତା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି, କଟକ ଜିଲ୍ଲା ର ପୂର୍ବତନ ବିଜେପି ସଭାପତି, କଟକ ସଦର ୫ ନମ୍ବର ଜୋନ୍ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, କନ୍ଦରପୁର କୃଷକ ସେଵା ସମବାୟ ସମିତିର ପୂର୍ବତନ ସଭାପତି, ବିଶେଷକରି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ଆଗଧାଡିର ସୈନିକ ହୃଷିକେଶ ଜେନା ଆଗକୁ କୌଣସି ଏକ ଭଲ ନିଗମର ଅଧ୍ୟକ୍ଷ ହେବାକୁ ଯାଉଥିଵା ସମ୍ଭାବନା ଅଧିକ ରହିଛି।
ହୃଷିକେଶ ଜେନା ବିଜେପି ରେ ଦୀର୍ଘ ବର୍ଷ ହେଲା ରହି ରାଜ୍ୟର ପ୍ରମୁଖ ନେତୃମଣ୍ଡଳୀଙ୍କ ମଧ୍ୟରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ
ଓରାମ, ବିଜେପି ସଭାପତି ମନମୋହନ ସାମଲ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପ ମୂଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବାଚସ୍ପତି ସୁରମା ପାଢ଼ୀ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଙ୍କ ସହିତ ବ୍ୟକ୍ତିଗତ ଭାବେ ସମ୍ପର୍କ ରଖି ବିଜେପି ସଂଗଠନ କୁ ତୃଣମୂଳ ସ୍ତରରୁ ସଂଗଠିତ କରିବାରେ ନିଜକୁ ନିୟୋଜିତ କରି ରଖିଛନ୍ତି।
ଏଥିପାଇଁ ତାଙ୍କୁ ବିଜେପି ଏଥର କୌଣସି ଏକ ନିଗମରେ ଥଇଥାନ କରିବ ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କଟକ ସଦର ର ଜଣାଶୁଣା ବିଜେପି ନେତ୍ରୀ, ରାଜ୍ୟ ଵିଜେପି କାର୍ଯ୍ୟକାରିଣୀ ସଦସ୍ୟା, ଫକିରପଡା ପଞ୍ଚାୟତର ପୂର୍ବତନ ସରପଂଚ, କନ୍ଦରପୁର କୃଷକ ସେଵା ସମବାୟ ସମିତିର ପୂର୍ବତନ ସଭାପତି ପ୍ରତିଭା ଶତପଥୀଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ମିଳି ସାରିଛି।
