ଯାଜପୁର,୨୯/୦୫/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ ୨୦୨୫ ଜୁନ ଓ ଜୁଲାଇ ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲଙ୍କ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ତିରୀକୃତ ହୋଇଅଛି । ଜନ ସାଧାରଣଙ୍କ ର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ ।
ଚଳିତ ଜୁନ ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୨।୦୬।୨୦୨୫ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ, ଯାଜପୁର ରେ, ତା ୦୯।୦୬।୨୦୨୫ ରିଖ (ସୋମବାର) ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ. ୦୭.୦୦ ଟିକା ସମୟରୁ ପୂର୍ବାହ୍ନ ଘ ୧୦.୦୦ ଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ଏବଂ ତା ୧୭।୦୬।୨୦୨୫ ରିଖ (ମଙ୍ଗଳବାର) ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ, ତା ୨୩।୦୬।୨୦୨୫ ରିଖ (ସୋମବାର) ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ, ତା ୩୦.୦୬.୨୦୨୫ ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।
ସେହିପରି ଆଗାମୀ ଜୁଲାଇ ମାସ ତା ୦୭.୦୭.୨୦୨୫ ରିଖ(ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ, ଯାଜପୁର, ତା ୧୪.୦୭.୨୦୨୫ ରିଖ(ସୋମବାର) କେ.ଏନ୍.ଡି. ଏ, କଳିଙ୍ଗନଗର ସମ୍ମିଳନୀ କକ୍ଷରେ, ତା ୨୧.୦୭.୨୦୨୫ ରିଖ(ସୋମବାର) ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ, ତା ୨୮.୦୭.୨୦୨୫ ରିଖ (ସୋମବାର) ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ଘ. ୧୦.୦୦ ଟିକା ସମୟରୁ ଅପରାହ୍ନ ଘ ୦୨.୦୦ ଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।
ଏଣୁ ବଡ଼ଚଣା ବ୍ଲକ୍, ବିଂଝାରପୁର ବ୍ଲକ, ବରୀ ବ୍ଲକ, ଦଶରଥପୁର ବ୍ଲକ, ଧର୍ମଶାଳା ବ୍ଲକ, ରସୁଲପୁର ବ୍ଲକ୍ ଏବଂ ଜିଲ୍ଲାର ଯେଉଁ ଜନସାଧାରଣଙ୍କ କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
