ଭୁବନେଶ୍ୱର,୦୫/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ରାଜ୍ୟରେ ୮ଟି ଅତିରିକ୍ତ ଜିଲା ଜଜ କୋର୍ଟ (ଏଡିଜେ) ଓ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁଯାୟୀ, ପୁରୀ ଜିଲାର ପିପିଲି, ନୟାଗଡ଼ର ରଣପୁର, ଖୋର୍ଦ୍ଧାର ବାଣପୁର, ଭଦ୍ରକର ବାସୁଦେବପୁର, ଅନୁଗୋଳର ତାଳଚେର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, କଟକର ବାଙ୍କି ଓ କନ୍ଧମାଳର ଜି. ଉଦୟଗିରିରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲା ଜଜ୍ କୋର୍ଟ ପ୍ରତିଷ୍ଠା କରାଯିବ।
ଏହା ସହିତ, ଦୁର୍ନୀତି ମାମଲା ପାଇଁ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ୩ଟି ନୂଆ ଭିଜିଲାନ୍ସ କୋର୍ଟ ସ୍ଥାପନ କରାଯିବ।
