ନିରାକାରପୁର ଥାନା ଅଂଚଳରେ ପୁଲିସର ଫ୍ଲାଗମାର୍ଚ ଓ ଏସପିଙ୍କ ଚେକପୋଷ୍ଟ ପରିଦର୍ଶନ

ନିରାକାରପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସ ପକ୍ଷରୁ ଆଜି ବିଭିନ୍ନ ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ଓ ବଡପୋଖରୀଆ  ପଂଚାୟତର ବିଭିନ୍ନ ଅଂଚଳରେ ପୁଲିସ ଅଧିକାରୀ, ସିଏପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚରେ ଏସପି ଅଭିନାଶ କୁମାର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଆଇଆଇସି ବିଶ୍ୱଜିତ  ରାଉତରାୟ, ଏସ ଆଇ ଅରବିନ୍ଦ ରାଉଳ, ଏସ ଆଇ ଦିପାଲୀସା ନାୟକ, ଏଏସଆଇ ତପନ କୁମାର ପ୍ରଧାନ, ଶ୍ରୀମତୀ ମଲ୍ଲିକ ଓ ଏଏସଆଇ ଶରତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ବର୍ଡର ଟାଙ୍ଗୀ ବ୍ଲକ ଲେଣ୍ଡୁ ଠାରେ ହୋଇଥିବା ଚେକ୍ ପୋଷ୍ଟ ପାଖକୁ ଯାଇ ତନଖି କରିଥିଲେ।

Leave a Reply

Your email address will not be published. Required fields are marked *