ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ରସେବକ ଓ ସମର୍ପିତବ୍ୟକ୍ତି ସତ୍ତା । ବହୁଘାତ ପ୍ରତିଘାତ ଭିତରେ ଜଣେ ଉଦ୍ୟୋଗୀ ଗତି କରିବା ସହିତ ରାଷ୍ଟ୍ରର ବହୁବିଦ୍ଧ ଉନ୍ନତିପାଇଁ ତାଙ୍କ ସେବା,ନିଷ୍ଠା ସମର୍ପଣ ଭାବ ବେଶ ପ୍ରଶଂସନୀୟ ।

ଉକ୍ତ ମାସିକ ବୈଠକରେ ମୁଖ୍ୟ ଅତିଥି ଭାବେ ନାସକମ ସମ୍ମାନରେ ସମ୍ମାନିତ ତଥା କେପ ଜେମିନି ଟେକନୋଲୋଜିର ଗ୍ଲୋବାଲ ଉପ ସଭାପତି ତଥା ବିଶିଷ୍ଟ ମହିଳା ଉଦ୍ୟୋଗୀ ରାଜଶ୍ରୀ ଦାସ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆରର୍ଚିଟେକ ସୁରଜ କିରଣ ପାତ୍ର, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଶିଳ୍ପ ଉପ ନିର୍ଦ୍ଧେଶକ ବିଜୟ କୁମାର ପଣ୍ଡା ଏକତ୍ରିତ ଭାବେ ସଂଗଠିତ ହେବା ସହିତ ପରସ୍ପରପ୍ରତି ଆନୁଗତ୍ୟ ଭାବ ସହିତ ଉଦ୍ୟୋଗ ଶିଳ୍ପ କୁ ଆଗେଇ ନେବା ସହିତ ନୂତନ ଉଦ୍ୟୋଗୀକୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀମତୀ ଦାସ ଆଧୁନିକ ପ୍ରଯୁକ୍ତି ବିଦ୍ୟା, ନୂତନ ସମ୍ଭାବନା ତଥା ଓଡିଶା ର ଉଦ୍ୟୋଗୀ କୌଣସି ପରିପ୍ରେକ୍ଷୀରେ କମ ନୁହଁନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ,ସମୃଦ୍ଧି ଉପରେ ଆଲୋକପାତ କରିବା ସହିତ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ ହୋଇପାରିବ ତାହା ଉପରେ ମତରଖିଥିଲେ । ଉଦ୍ୟୋଗୀଙ୍କ ମିଳିତ ଉଦ୍ୟମ ଓ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅଧିକ ଡାଇମଣ୍ଡ କ୍ଲବ ଶ୍ରେଷ୍ଠ ଅବଦାନ ପାଇଁ ଶିବ ନାରାୟଣ ମିଶ୍ର, ପ୍ରାଉଡ଼ ପରଚେଜର ଉଦ୍ୟୋଗୀ ବଜାର ପାଇଁ ଅଭିଜିତ ପଣ୍ଡା,ଶ୍ରେଷ୍ଠ ସି,ଇ,ଓ ଅମୀୟ କୁମାର ମିଶ୍ର ଓ ଶ୍ରେଷ୍ଠ ଆକ୍ଟିଭ ମେମ୍ବର ଭାବେ ସୀତାଂଶୁ ଶେଖର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମକୁ ଉଦ୍ୟୋଗୀ ପରିବାରର ସଦସ୍ୟ /ସଦସ୍ୟା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *