ଭୁବନେଶ୍ୱର,୦୫/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଅପେକ୍ଷାର ଅନ୍ତ ଘଟିଲା । ଗଠନ ହେଲା ରାଜ୍ୟ ମହିଳା କମିଶନ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ମହିଳା କମିଶନର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ।


ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୩ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିଭଳି ଶିଶୁ ସୁରକ୍ଷା ଆୟୋଗରେ ଆଉ ୬ ସଦସ୍ୟା ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ।


