ଜିଲ୍ଲା ବିଜେଡ଼ି କୋଷାଧ୍ୟକ୍ଷ ସୁବୋଧ ବେହେରାଙ୍କୁ ସମ୍ବର୍ଦ୍ଧନା 

କଟକ ସଦର, ୦୭/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଜେଡ଼ି ସାଂଗଠନିକ ଜିଲ୍ଲା ର ନଵ ନିଯୁକ୍ତ କୋଷାଧ୍ୟକ୍ଷ ତଥା କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା (ଧୁସା) ଙ୍କୁ ସଦର ବିଜେଡି ଓ ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଥଙ୍ଗା ଚନ୍ଦନ ବଗିଚା ଠାରେ ଆଜି ଶନିବାର ସଂଧ୍ୟାରେ ସମ୍ବର୍ଦ୍ଧନା ଦିଆଯାଇଛି।

ଏଥିରେ ବିକାଶ ମଞ୍ଚ ର ଉପସଭାପତି ଚିତ୍ତରଞ୍ଜନ ମହାପାତ୍ର, ସାଧାରଣ ସଂପାଦକ ଡ଼ଃ ଦେବଦତ୍ତ ନନ୍ଦ ଙ୍କ ସମେତ ଜିଲ୍ଲାର ପୂର୍ବତନ ବିଜେଡି ଉପସଭାପତି, ସଦର ବ୍ଲକ ଆତ୍ମା ର ପୂର୍ବତନ ସଭାପତି,ଗତିରାଉତ ପାଟଣା କୃଷକ ସେବା ସମବାୟ ସମିତି ସଭାପତି ସମର ବେହେରା, ପୂର୍ବତନ ଆତ୍ମା ସଭାପତି ରଜନୀକାନ୍ତ ସାହୁ, କନ୍ଦରପୁର କୃଷକ ସେଵା ସମବାୟ ସମିତି ସଭାପତି ରାଜୀବ କୁମାର ବେଉରା, ସଦର ଯୁବ ବିଜେଡି ର ପୂର୍ବତନ ସଭାପତି ହିମାଂଶୁ ଦାସ,ଶିଵ ପ୍ରସାଦ ପ୍ରଧାନ,ମନୋଜ କୁମାର ଭୋଇ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସମ୍ବର୍ଦ୍ଧନା ପର୍ବରେ ସାମିଲ  ହୋଇଥିଲେ।

Leave a Reply

Your email address will not be published. Required fields are marked *