କଟକ ସଦର,୦୧/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଓଡିଆ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମମାଟି ସିଦ୍ଧେଶ୍ୱରପୁର ଗ୍ରାମର ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଓଡ଼ିଶା ଙ୍କ ପକ୍ଷରୁ ନବଦିନ ବ୍ୟାପି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ମହୋତ୍ସବ ଗତକାଲି ତୁଳସୀ ଦାସ ଙ୍କ ଜନ୍ମ ଜୟନ୍ତୀ ଦିନ ରାତିରେ ଉଦଯାପିତ ହୋଇଯାଇଛି।

ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ରାଜ୍ୟର ବହୁ ଖ୍ୟାତନାମା ପ୍ରଵଚକ ଉକ୍ତ ଆଧ୍ୟାତ୍ମିକ ମଞ୍ଚରେ ଶ୍ରୀରାମଚରିତ ମାନସ ପାରାୟଣ ଓ ମାନସ ମନ୍ଥନ ପ୍ରବଚନ ଜ୍ଞାନ ଯଜ୍ଞ ପ୍ରଦାନ କରି ଶ୍ରଦ୍ଧାଳୁ ମାନଙ୍କ ମନ ମୋହି ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଷଦ ର ଅଧ୍ୟକ୍ଷ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ମାଳିକା ଗବେଷକ ବିଭୁତି ଭୁଷଣ ପାଳ,ସନ୍ଥ ତ୍ରୈଲୋକେଶ୍ୱର ଭାରତୀ, ବାବାଜୀ ନିଳାଚଳ ଦାସ ପ୍ରମୁଖ ଉଦଘାଟନ କରିଥିବା ବେଳେ ପରିଷଦ ର ପ୍ରତିଷ୍ଠାତା ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ, ସଂପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।
ଏଥିରେ ରାଜ୍ୟର ୨୨ ଗୋଟି ଜିଲ୍ଲା ରୁ ସାଧୁସନ୍ଥ ମାନେ ଯୋଗ ଦେଇ ଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ଉକ୍ତ ଆଧ୍ୟାତ୍ମିକ ମଞ୍ଚରେ ପରିଷଦ ପକ୍ଷରୁ ‘ସ୍ମୃତିର ସୌରଭ ‘ ସମ୍ମାନ ରେ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
