Breaking News : Encounter ଏନକାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ଆହତ, କଟକ ସ୍ଥାନାନ୍ତରିତ

ଆନନ୍ଦପୁର /କଟକ,୨୩/୧୦/୨୦୨୬(ଓଡ଼ିଶା ସମାଚାର)- ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏନକାଉଣ୍ଟର କରିଛି । ଛେନାପଦୀ ନିକଟ ଅସିଆ ଗାଁ ପାଖରେ ଏହି ଘଟଣା ଘଟିଛି। ପୋଲିସ ଉପରକୁ ଅର୍ଜୁନ ଗୁଳି ଚଳାଇବା ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଏଥିରେ ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି।ଗୁରୁତର ଆହତ ଅବସ୍ଥାରେ ତାକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯାଇ ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।ଅର୍ଜୁନଙ୍କ ନାମରେ ଓଡିଶା ସମେତ ବିହାର ଓ ଝାଡଖଣ୍ଡରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ସୂଚନା ରହିଛି ।

ଦୀର୍ଘଦିନ ଧରି ପୋଲିସ ତାକୁ ଖୋଜୁଥିଲା । ସୂଚନା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ମାରି ଲୁଟ୍ କରାଯାଇଥିଲା। ଏହି ଘଟଣାରେ ଅର୍ଜୁନ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି। ଅର୍ଜୁନ ଯାଜପୁର ଜିଲ୍ଲାର ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁର ବାସିନ୍ଦା। ତା’ ନାମରେ ବିଭିନ୍ନ ଅପରାଧିକ ମାମଲା ଥିବାରୁ ପୋଲିସ ତାକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲା।

Leave a Reply

Your email address will not be published. Required fields are marked *