ଏ ଆଇ ଚାର୍ଟ ଜିପିଟି ଆପ ଦ୍ୱାରା ଡ୍ରାଫ୍ଟ ଲିଖନ କୌଶଳ ଶିବିର

ଭୁବନ ୧୯/୦୩/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ର ମୃଦଙ୍ଗା, ବାଲିବୋ,ଭୂଷଳ, କୁନିନ୍ଦା, ମାର୍ଥାପୁର,ଯମୁନାକୋଟ, ଦୀଘି,ସୁର ପ୍ରତାପପୁର, ଧଳପଡ଼ା ପ୍ରଭୃତି ଗ୍ରାମରେ ଭାରତ ସରକାର ଙ୍କ ଦ୍ଵାରା ପରିଚାଳିତ ସିପି ଜିଆର ଏ ଏମ ଏସ ଆପ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜନ ଶୁଣାଣି ଆପ ରେ ନିଜ ନିଜର ଅଭିଯୋଗ ଓ ପ୍ରସ୍ତାବ ଗୁଡିକୁ ଠିକ୍ ଢଙ୍ଗରେ ଦାଖଲ କରିବା ନିମନ୍ତେ ଏ ଆଇ ( ଆର୍ଟି ଫିଶିଆଲ ଇଣ୍ଟଲିଜେନ୍ସ) ର ଚାର୍ଟ ଜିପିଟି ଆପ ଦ୍ୱାରା ସଠିକ୍ ଡ୍ରାଫ୍ଟ କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଇଂ ଦେବାଶିଷ ହୋତା ଗତ ୧୪ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଗ୍ରାମରେ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ୧୨ ଟି ଗ୍ରାମୀଣ ପ୍ରଶିକ୍ଷଣ ଶିବିର ରେ ସମୁଦାୟ ୧୮୫ ଜଣ ପ୍ରଶିକ୍ଷାର୍ଥୀ ନିଜ ମୋବାଇଲ ରେ ଦୁଇ ଘଣ୍ଟିଆ ପ୍ରଶିକ୍ଷଣ ନେଇଥିଲେ । ୯ ଟି ପ୍ରଶିକ୍ଷଣ ଶିବିର ରେ ସିପି ଜି ଆର ଏ ଏମ୍ ଏସ ଆପ ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନେ ବିନା ମୂଲ୍ୟରେ ୨୨ ଟି ଏବଂ ଜନ ଶୁଣାଣି ଆପ ମାଧ୍ୟମରେ ୨୮ ଟି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ଦାଖଲ କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ଲ ଗ୍ରାଜୁଏଟ କାଳନ୍ଦି ଚରଣ ବେହେରା ପ୍ଲେ ଷ୍ଟୋର ମାଧ୍ୟମରେ ଉପରୋକ୍ତ ୩ ଟି ଆପ ଡାଉନ୍ ଲୋଡ୍ କରି ଲଗଇନ୍ କରିବାର ପ୍ରକ୍ରିୟା ଶିଖାଇଥିଲେ ।

Leave a Reply

Your email address will not be published. Required fields are marked *