କଟକ ସଦର, ୩୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତାଳଦଣ୍ଡା କେନାଲରୁ ଵିରିଵାଟି ଠାରୁ ବାହାରିଥିବା ମାଛଗାଁ କେନାଲରେ ଆଜି ବୁଧବାର ଅପରାହ୍ନରେ ତରିକୁନ୍ଦ ନୂଆଦା ନିକଟରେ ଘାଇ ହୋଇଯିବା ଫଳରେ ଆଖପାଖ ଗାଁ ମାନଙ୍କ ସହିତ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡିଛି।

କେନାଲ ପାଣି କନ୍ଦରପୁର ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଲହଡ଼ା ମାରୁଥିବା ରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।ଖଵର ପାଇ ଜଳ ସଂପଦ ବିଭାଗ ପକ୍ଷରୁ ଵିରିଵାଟି ଠାରେ ଜଳକୁ ତକ୍ତା ପକାଯାଇ ବନ୍ଦ କରି ହୋଇଥିବା ୧୦ ଫୁଟରୁ ଉର୍ଦ୍ଧ ଘାଇକୁ ମରାମତି ପାଇଁ ତତ୍ପରତା ପ୍ରକାଶ ପାଇଛି।
ହେଲେ ଉକ୍ତ ସ୍ଥାନରେ କେନାଲ ବନ୍ଧ ଦୂର୍ଵଳ ଥିବା ଅଭିଯୋଗ ହୋଇଆସୁଥିଲା ବେଳେ ସେଥିପ୍ରତି ଗୁରୁତ୍ୱ ଦିଆନଯିବା ଏଵଂ ଏହା ଠିକାଦାର ଙ୍କ ଠିକାଦାରୀ ପାଇଁ ମନୁଷ୍ୟକୃତ ଘାଇ ବୋଲି ଲୋକେ ଅଭିଯୋଗ କରିଛନ୍ତି।

