ଲକ୍ଷ୍ମୀପୁର ୨୧/୦୭/୨୫(ଓଡିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଗସ୍ତ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ।ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଦ୍ଵାରା ପରିଚାଳିତ ସମନ୍ଵିତ କୃଷି ପ୍ରୋତ୍ସାହନ ନିମନ୍ତେ ବ୍ଲକର ତୁନପାର,ତୟାପୁଟ ଓ ଗୌଡ଼ଗୁଡା ପଞ୍ଚାୟତ ପରିଦର୍ଶନ କରି କୃଷି ଯୋଜନା ରେ କାର୍ଯ୍ୟ ହେଇଥବା ଛୋଟ ଛେଳି ଘର, ରାତ୍ରି କାଳୀନ କୁକୁଡ଼ା ଘର, ଦେଶୀ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ଏବଂ ଚାଷ ହୋଇଥିବା ମାଳ ଜାତୀୟ ପନିପରିବା ସ୍ଥାନ ଗୁଡିକ ବୁଲି ଦେଖିଥିଲେ।

ଏସବୁ ଅଞ୍ଚଳର ଚାଷୀ ମାନେ ଯତ୍ନର ସହ କାର୍ଯ୍ୟ କଲେ କୃଷି ଓ ପ୍ରାଣୀ ପାଳନ ଦ୍ଵାରା ସେମାନଙ୍କ ଜୀବନ ଜୀବିକା ରେ ସହାୟକ ହେଇପାରିବ ଓ କିପରି ଅଧିକରୁ ଅଧିକ ଚାଷୀ ଏଥି ପ୍ରତି ଆକୃଷ୍ଟ ହୋଇ ପାରିବେ ସେ ବିଷୟରେ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ବୁଝାଇ ଥିଲେ।ଏହି ପରିଦର୍ଶନ ବେଳେ ଯୋଜନା ଅଧିକାରୀ ତାପସ ଚନ୍ଦ୍ର ରାୟ ସମେତ ବ୍ଲକ୍ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହକ,ବିଟିଏମ ଦିବ୍ୟଂସୁ ପାଣ୍ଡେ,ସିୱାଇଏସଡ଼ି ସଂସ୍ଥା ର ପ୍ରାଣୀ ଓ ମତ୍ସ୍ୟ ଉତ୍ପାଦନ ର ବ୍ଲକ୍ ସଂଯୋଜକ ଉଗ୍ରସେନ ମାଣ୍ଡିଙ୍ଗା,ୱାଷନ ସଂସ୍ଥା ର ପ୍ରାଣୀ ଓ ମତ୍ସ୍ୟ ଉତ୍ପାଦନ ର ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମହାପାତ୍ର,କୃଷି ଓ ଉଦ୍ୟାନ ଉପାଦାନ ର ବ୍ଲକ୍ ସଂଯୋଜକ ପରମେଶ ଦିଗାଲ ଓ ଇଂଜିନିୟର ଯୁକ୍ତ ଗୌରାଙ୍ଗ ନିଆଲ ଏବଂ ଗୋଷ୍ଠୀ ସମ୍ବଳ ବ୍ୟକ୍ତି କେତନ ମାଣ୍ଡିଙ୍ଗା ଉପସ୍ଥିତ ଥିଲେ ।
