ରାଜଧାନୀରେ ଫୁଟିଲା ବୋମା, ଜଣେ ନାବାଳକ ଆହତ

ଭୁବନେଶ୍ୱର,୧୯/୯/୨୦୨୪ (ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଲା ବୋମା। କ୍ୟାପିଟାଲ ଥାନ ଅନ୍ତର୍ଗତ ଭୁବନେଶ୍ବର ବାପୁଜୀ ନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ସିରିଜ୍ ବୋମାମାଡ଼ ହୋଇଛି। କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ଶିଶୁ ଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ। ଦୁଇଟି ସ୍ଥାନରେ ୬ ଟି ବୋମା ଫୁଟିଛି । ଦୁଇଟି ବାଇକ୍ ରେ ୪ ଜଣ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳୁଛି । ଏଥିରେ ଜଣେ ନାବାଳକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି।ଗଣେଷ ପୂଜାକୁ ନେଇ ପୂର୍ବରୁ ଲାଗିରହିଥିବା ବିବାଦକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସିସିଟିଭି ଆଧାରରେ କ୍ୟାପିଟାଲ ଥାନା ପୋଲିସ ଦୁର୍ବୃତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *