ଭୁବନ ଏନ୍ ଏ ସି ର ଏକାଦଶ ସାଧାରଣ ବୈଠକ

ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ଭୁବନ, ୩୦/୦୭/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକାଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଓ ସମ୍ମାନିତ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭବାନୀ ଶଙ୍କର ବେହେରା ଯୋଗଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । ଗତ ମାର୍ଚ୍ଚ ମାସ ଠାରୁ ଜୁନ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଖର୍ଚ୍ଚ କୁ ପରିଷଦ ବୈଠକରେ ପାରିତ କରାଯାଇଥିଲା ।

ସ୍ୱାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା ।କାଉନସିଲର ମାନେ ରାସ୍ତା,ଡ୍ରେନ, ଷ୍ଟ୍ରୀଟ ଲାଇଟ୍ , ଶିକ୍ଷା,ସ୍ବାସ୍ଥ୍ୟ, ପାନୀୟ ଜଳ,ପରିମଳ,ଆବାସ ଯୋଜନା ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଷଦ ର ଆୟ ବୃଦ୍ଧି ପାଇଁ ରଗଡ଼ି ଛକ ଓ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ପିଣ୍ଡି ଓ ଦୋକାନ ଗୃହ କୁ ଆବଣ୍ଟନ କରାଯିବାକୁ ଆଲୋଚନା ହୋଇଥିଲା ।

ଶେଷରେ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନ ୪ ଘଟିକା ସମୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ୯୭୨ ଯୋଗ୍ୟ ହିତାଧିକାରୀ ଙ୍କ ମଧ୍ୟରୁ ପ୍ରତି ୱାର୍ଡ ରୁ ୩ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଦୁଇ ଦିନ ମଧ୍ୟରେ ଅବଶିଷ୍ଟ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଆବାସ ଭିତ୍ତିଭୂମି ବିଶେଷଜ୍ଞ ଶଶି ଶେଖର ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *