Breaking News : ବସ୍‌ ଧକ୍କାରେ ଶଳା-ଭିଣୋଇ ମୃତ

ରାଜନଗର,୨୬/୦୭/୨୦୨୫ (ଓଡ଼ିଶା ସମାଚାର)- ବସ ଧକ୍କାରେ ଦୁଇ ମୃତ। ମୃତକ ୨ଜଣ ଶଳା ଭିଣୋଇ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ମଦନପୁର ଛକ ଠାରୁ କିଛି ଦୂରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଚାଲିଗଲା ଶଳା ଭିଣୋଇଙ୍କ ଜୀବନ ।

ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମର ସରୋଜକାନ୍ତ ଧଳ ଓ ତାଙ୍କର ଶାଳକ ରାଜନଗର ବ୍ଲକ ନଗଡ ଗ୍ରାମର ଲମ୍ବୋଦର ପ୍ରଧାନ ବାଇକ୍ ଯୋଗେ ନିଜ ଛତୁଆ ଫ୍ୟାକ୍ଟ୍ରିରୁ ମଦନପୁର ଛକକୁ ଆସୁଥିଲେ।

ଏହି ସମୟରେ କଟକରୁ ରାଜନଗରକୁ ଆସୁଥିବା ଶ୍ରୀ ଜଗନ୍ନାଥ ନାମକ ଘରୋଇ ବସ  ସେମାନ ଙ୍କ ସ୍କୁଟିକୁ ପଛ ପଟରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *