ଅନୁଗୋଳ,୦୬/୧୦/୨୦୨୬ (ଓଡ଼ିଶା ସମାଚାର)-ଅନୁଗୋଳ ଜିଲା ବନ୍ତଳାଥାନଦା ନିକଟ ନିମଛକ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନ ଙ୍କ ପୁଅ ସୁଶାନ୍ତ ପ୍ରଧାନ (୩୫) ।ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଜଣେ ସେନା ର ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁକରୁ ଗୁଳି ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହିତ ସୁଶାନ୍ତ ଙ୍କର ବଚସା ହୋଇଥିଲା । ବନ୍ଧୁକ ଛଡ଼ାଛଡ଼ି ବେଳେ ଗୁଳି ଫୁଟି ସୁଶାନ୍ତ ଙ୍କ ଛାତିରେ ବାଜିବାରୁ ସେହିଠାରେ ସୁଶାନ୍ତ ଢ଼ଳିପଡ଼ିଥିଲେ । ଘଟଣାସ୍ଥଳରେ ବନ୍ଧୁକ ଛାଡ଼ି ଅବସରପ୍ରାପ୍ତ ସେନା କର୍ମଚାରୀ ଘଯଣାସ୍ଥଳରୁ ପଳାଇଥିଲେ । ପୋଲିସ ଘଯଣାସ୍ଥଳରୁ ବନ୍ଧୁକ ଜବତ କରିଛି ।
ମୃତ ସୁଶାନ୍ତ ଜଣେ ମଦ୍ୟପ ଯୁବକ । ମଦ୍ୟପାନ କରି ଉତ୍ପାତ କରନ୍ତି । ଉତ୍ପାତ ଅସହ୍ୟ ହେଉଥିବାରୁ ବନ୍ଧୁକ ଦେଖାଇ ଡ଼ରାଇବାକୁ ଉଦ୍ୟମ କରିବା ବେଳେ ସେ ନଡ଼ରି ବରଂ ବନ୍ଧୁକ ଛଡ଼ାଇ ଭାଙ୍ଗି ଦେବେ ବୋଲି ଛଡ଼ାଇବା ବେଳେ ଗୁଳିଟି ଫୁଲିଥିବା ଶୁରାଯାଉଛି ।
ତାଜା ଖବର – ଗୁଳି ମାଡ଼ରେ ଯୁବକ ମୃତ
