କେନ୍ଦ୍ରାପଡ଼ା,୨୧/୦୭/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଶାନ୍ତନୁ କୁମାର ଜେନା ଦାୟୀତ୍ୱ ଗ୍ରହଣ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରାପଡା ମହାବିଦ୍ୟାଳୟର ଏନ.ସି.ସି. ବାଳିକା ବିଭାଗର ସମସ୍ତ କ୍ୟାଡେଟ ଓ କ୍ୟାପଟେନ ସୀମା ମହାନ୍ତିଙ୍କ ସହ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପୋଥାଳ, ଅନୁପ କୁମାର ରାଉତ, ସେକ ରିଆଜୁଦ୍ଧିନ ଅହେମ୍ମଦଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ପ୍ରଫେସର ଜେନାଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଏହି ଅବସରରେ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ସେସବୁର ସମାଧାନ ସହ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସଦସ୍ୟମାନେ ଆବଶ୍ୟକ ସହଯୋଗ ନୂତନ ଅଧ୍ୟକ୍ଷଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।
