କେନ୍ଦ୍ରାପଡ଼ା,୨୧/୦୭/୨୦୨୫(ଓଡ଼ିଶା ସମାଚାର)- ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାଂଧ୍ୟ୍ୟ ମହାବିଦ୍ୟାଳୟ ସଭା ଗୃହରେ କବି ଡ଼. ଶ୍ରୀଧର ସାମଲଙ୍କ ନୂତନ କବିତା ସଂକଳନ “ନିରବତାର ସେପାଖରେ’ର ଶୁଭ ଉନ୍ମୋଚନ ସହ ଏକ ଭବ୍ୟ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି ।
ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ଡ଼ ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ସାହିତି୍ୟକା ବସୁନ୍ଧରାର ନିର୍ଦେଶିକା ରିନୀ ମହାନ୍ତି, ମୁଖ୍ୟବକ୍ତା ଭାବେ ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, ବରେଣ୍ୟ ଅତିଥି ଭାବେ ସାହିତି୍ୟକ ଡ଼ ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି, ସମୀକ୍ଷକ ପ୍ରକାଶ କୁମାର ମହାନ୍ତି, ‘ପରାଗ’ର ସମ୍ପାଦକ ବନମାଳି ସେନାପତି ପ୍ରମୁଖ ଯୋଗଦେଇ ସାହିତ୍ୟ ହିଁ ସମାଜର ମେରୁଦଣ୍ଡ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରିନୀ ମହାନ୍ତିଙ୍କୁ ସମାଜସେବା ଓ ସାହିତ୍ୟକ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଇଂ ଅକ୍ଷୟ କୁମାର ପାଣି ସଭା ପରିଚାଳନା କରିଥିବା ବେଳେ କବିତା ଆସରକୁ କବି ପ୍ରେମାନନ୍ଦ ଖଣ୍ଡୁଆଳ ପରିଚାଳନା କରିଥିଲେ । କବି ଚାରୁଲତା ଭୂୟାଁ, ନିରୁପମା ଦାସ, ନିକୁଞ୍ଜ ପୃଷ୍ଠି କବିତା ସଂଯୋଜନା କରିଥିଲେ । କବିତା ପାଠୋତ୍ସବରେ କବି ଖଗେଶ୍ୱର ମହାନ୍ତି, ଅଜୟ ପାତ୍ର, ରଞ୍ଜନ ବାଇ, ଗୋଲାପ ରାଉତ, ଗୀତାଞ୍ଜଳି ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର, ପୂଜାଶ୍ରୀ ସେଠୀ, ମଞ୍ଜୁଶ୍ରୀ ବରାଳ, ଅମର ପ୍ରସାଦ ରାଉତ, ଲଷ୍ମୀପ୍ରିୟା ମାଇତି, ସଞ୍ଜୟ କୁମାର ମଲ୍ଲିକ, ଶଶିକାନ୍ତ ଦାସ, କବିତା ମୁଦୁଲି, ଡ଼ ଗିରିଜାକାନ୍ତ ଦାସ, ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ମାତୃଦତ ମହାନ୍ତି, ବଂଶୀଧର ମହାନ୍ତି, ଜୋତ୍ସ୍ନାମୟୀ ସୂତାର, ମମତା ସାମଲ, ପ୍ରେମାନନ୍ଦ ଜେନା ପ୍ରମୁଖ ଚାଳିଶରୁ ଉର୍ଦ୍ଧ କବି ସ୍ୱରଚିତ କବିତା ଆବୃତି କରିଥିଲେ । କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
