ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା

ଲକ୍ଷ୍ମୀପୂର ୦୨/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ନୂଆ ସାହି ସ୍ଥିତ ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ଠାରେ ଆଜି ଅଧ୍ୟକ୍ଷା ସସ୍ମିତା ବିଶ୍ୱାଳ ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ବିଜ୍ଞାନ ମେଳା ରେ ଚାରୋଟି ବିଭାଗରେ ୧୦୮ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ବେଳେ ଚନ୍ଦ୍ରଜାନ ଭଳି ପ୍ରକଳ୍ପ ଠାରୁ ଆରମ୍ଭ କରି ସୌର ଜଳ ସେଚିତ ପ୍ରକଳ୍ପ,କୋରାପୁଟର ଆଦିବାସୀ ସସ୍କୃତି,ଓଡ଼ିଶାର ପରମ୍ପରା,ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ପ୍ରସୂତି ସମ୍ବଧିୟ ପାର୍ଥକ୍ୟ,ଜଳ ସଂରକ୍ଷଣ ଓ ସନ୍ଧାନ ଭଳି ପ୍ରକଳ୍ପ ସ୍ଥାନ ପାଇ  ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ,ପୂର୍ବତନ କିରାଣୀ ଗୋକୁଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ନରେନ୍ଦ୍ର ବେହେରା,ମଞ୍ଜୁ ବାଳା ପଣ୍ଡା, ନବ ନିତା ସ୍ଵାଇଁ,ଶ୍ରଦ୍ଧାଞ୍ଜଳି ଜେନା,ତନୁଶ୍ରି ରାୟ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।ଏହି ବିଜ୍ଞାନ ମେଳାରେ ଚନ୍ଦ୍ରଜାନ ଭଳି ପ୍ରକଳ୍ପ ଠାରୁ ଆରମ୍ଭ କରି ସୌର ଜଳ ସେଚିତ ପ୍ରକଳ୍ପ,କୋରାପୁଟର ଆଦିବାସୀ ସସ୍କୃତି,ଓଡ଼ିଶାର ପରମ୍ପରା,ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ପ୍ରସୂତି ସମ୍ବଧିୟ ପାର୍ଥକ୍ୟ,ଜଳ ସଂରକ୍ଷଣ ଓ ସନ୍ଧାନ ଭଳି ଅନେକ ପ୍ରକଳ୍ପ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା।

ଜୁନିୟର ବର୍ଗରେ ଆୟୁଶ୍ରୀ ଜେନା ଓ ଭୂମି ପ୍ରିୟ ଦର୍ଷିନି ପ୍ରଥମ ହୋଇଥିବା ବେଳେ ଅଧିପ ଶତପଥୀ ଓ ସତ୍ୱୀକ୍ ପ୍ରୀୟଂସ ଖୋସଲା ଦୂତିୟ,କୋଟନି ଲଖ୍ଷିତା ଓ ଆରୋହୀ ପଟ୍ଟନାୟକ ତୃତୀୟ ହୋଇଥିବା ବେଳେ ସବ ଜୁନିୟର(୧) ବର୍ଗରେ ଅନିସ ଶତପଥୀ ପ୍ରଥମ, ନମନ୍ ଜେନା ଦୂତୀୟ,କିରଣ ପ୍ରସାଦ ସାହୁ ତୃତୀୟ,ସବ ଜୁନିୟର(୨)ବିଭାଗରେ ହର୍ଶିତା ସାହୁ ଓ ଅଦ୍ୟାସ୍ଲୋକ ରାଉତ ପ୍ରଥମ,ରଣ ବିର ସାହୁ ଓ କଳ୍ପିତା ଗରଡ଼ା ଦୁତିୟ,ନୟନ ପାତ୍ର,ସଂଗୀତା ୱାଡେକା,ଗୌରୀ ମାଣ୍ଡିଂଗା ତୃତୀୟ,ବରିଷ୍ଠ ବିଭାଗରେ କୁମ୍ କୁମ୍ ଖରା ପ୍ରଥମ, ଦିବ୍ୟଜିତ୍ ସାହୁ ଓ ଅମିତ୍ ମିଣିଆକା ଦୂତିୟ ହୋଇଥିବା ବେଳେ ଅନେସା ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ବିଜ୍ଞାନ ମେଳାରେ ସ୍କୁଲର ସମସ୍ତ ୧୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ପ୍ରଦୀପ ବରାଡ,ରସ୍ମୀ ରଞ୍ଜନ ନାୟକ,ସୁରେଶ କନ୍ଦପାନ୍,ରୁନି ମିଣିଅକା,ଅମ୍ବିକା ତୁରୁକ୍ ଉପସ୍ଥିତ ରହି ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *