ରାଜ୍ୟରେ ମହିଳା ସୁରକ୍ଷା ଦାବିରେ କଟକ ଆର୍ ଡି ସି ଅଫିସ୍ ଘେରିଲା ବିଜେଡ଼ି

କଟକ ସଦର,୨୧/୦୭/୨୦୨୫(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ସହ ଡେଲାଙ୍ଗ ରେ ନାବାଳିକାଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ରାଜ୍ୟରେ ମହିଳା ସୁରକ୍ଷା ଦାବିରେ ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଆଜି ସୋମବାର ଦିନ ତିନୋଟି ଯାକ ଆରଡିସି ଅଫିସ୍ ଘେରାଉ କରିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କଟକ ଠାରେ ଥିବା କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଘେରିଛି ବିଜେଡ଼ି। ହଜାର ହଜାର ବିଜେଡ଼ି କର୍ମୀମାନେ ବିଜେଡ଼ି ନେତା ଦେଵୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ପ୍ରତାପ ଜେନା, ଚନ୍ଦ୍ର ସାରଥି ବେହେରା, ରମାକାନ୍ତ ଭୋଇ, ଶାରଦା ଜେନା, ପ୍ରମୋଦ ମଲ୍ଲିକ, ପ୍ରଶାନ୍ତ ବେହେରା,ସୈ।ଭିକ ବିଶ୍ୱାଳ, ସୁବାଷ ସିଂ, ପ୍ରଫୁଲ୍ଲ ସିଂହ, ବିଳାସ ମଲ୍ଲିକ ପ୍ରମୁଖ ଙ୍କ ନେତୃତ୍ଵରେ ସନସାଇନ ପଡ଼ିଆରୁ ବିରାଟ ଶୋଭାଯାତ୍ରାରେ ସରକାରୀ ବିରୋଧି ନାରାବାଜି ଦେଇ ଆରଡିସି ଅଫିସ୍ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ।

ଏହାପରେ ଆରଡିସି ଙ୍କୁ ବିଜେଡ଼ି ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ହେଲେ ଉକ୍ତ ପ୍ରତିବାଦ ସଭା ଓ ଶୋଭାଯାତ୍ରା କୁ କଟକ ସଦର ରୁ ଯାଇ ନଥିବା କେତେକ ଯୁଵଛାତ୍ର ନେତା କହିଛନ୍ତି ଯେ  ‘ଆମକୁ କେହି ପଚାରୁ ନାହାଁନ୍ତି କି ଡାକି ନାହାଁନ୍ତି।

Leave a Reply

Your email address will not be published. Required fields are marked *