କଟକ ସଦର,୨୧/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ କାର୍ଯ୍ୟାଳୟ ଵିରିଵାଟି ଠାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଜି ସୋମବାର ଦିନ ଜନଶୁଣାଣୀ କରିଥିବା ଜଣାପଡିଛି। ଏଥିରେ ୬ ଗୋଟି ପଞ୍ଚାୟତର ଜନସାଧାରଣ ସେମାନଙ୍କ ର ୯୨ ଟି ସମସ୍ୟା ପଞ୍ଜିକୃତ କରିଥିବା ବେଳେ ସେଗୁଡିକ ର ତ୍ୱରିତ ସମାଧାନ ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ଏଥିରେ କଟକ ସଦର ବ୍ଲକ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିରାକାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭସ୍ମିତା ନାଥ, ତହସିଲଦାର ଦେବଦତ୍ତ ପ୍ରଧାନ, ଡାକ୍ତର ଶୁଭାଶିଷ ଶତପଥୀ,ସିଡିପିଓ ରଶ୍ମିତା ମହାନ୍ତି, ଏମ୍ ଆଇ ନିହାର ସ୍ୱ।ଇଁ,ଵିଏସଏସଓ ପ୍ରିୟଦର୍ଶିନୀ ମହାପାତ୍ର ଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ।
