ଲକ୍ଷ୍ମୀପୁର ବ୍ଲକରେ ବିଜୁଳି କାଟ ବଢ଼ି ଚାଲିଛି ।

ଲକ୍ଷ୍ମୀପୁର,୨୧/୦୭/୨୫(ଓଡିଶା ସମାଚାର)-ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ର ଲୁଚକାଳି ଖେଳକୁ ନେଇ ଲୋକେ ଅତିଷ୍ଟ ହୋଇ ପଡିଲେଣି। ଟାଟା ହାତକୁ ବିଭାଗ ଗଲା ପରଠୁ ଅନେକ ସମସ୍ୟା ଉପୁଜିଛି। ଲକ୍ଷ୍ମୀପୁର ବ୍ଲକ ରେ କୌଣସି ଦିନ ବିଜୁଳି କାଟ ନହୋଇକି ରହୁନି।ଦୈନିକ କିଛିନା କିଛି ଆଳ ଦେଖାଇ ବିଭାଗ ତରଫରୁ ବିଜୁଳି କାଟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ବସି ପଡୁଛନ୍ତି।ବ୍ଲକରେ ଥିବା ଅନେକ ଗ୍ରାମ ଗୁଡିକ ଦୁଇ ତିନି ଦିନ ଧରି ଅନ୍ଧାର ରେ ରହୁଛନ୍ତି। ପଚାରିଲେ ପଶୁ ଶିକାର ପାଇଁ ଲାଇନ ଷ୍ଟାଣ୍ଡ ହେଉନି ବୋଲି ଉତ୍ତର ମିଳୁଛି। ନିଜ ଦୋଷ ପଶୁ ଶିକାର ଉପରେ ଛାଡି ଦେଉଛନ୍ତି।କଣ ପାଇଁ ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ସମସ୍ୟ ଦେଖା ଦେଉଛି ତାହା କେହିବି ଜାଣିବାକୁ ଚେଷ୍ଟା କରୁ ନାହାନ୍ତି।ଗତ କାଲି ଦିନ ତମାମ ବିଜୁଳି କାଟ ହୋଇ ସନ୍ଧ୍ୟା ଛଅଟା ରେ ଆସିଥିଲା।

ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ।ବିଜୁଳି ଫେଲ ଯୋଗୁଁ ଅନେକ ଗରିବ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ଥିଲେ।ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ବିଭାଗ ମନମୁଖୀ ଶାସନ ଚଲେଇଛି କହିଲେ ଅତ୍ୟୁକ୍ତି ହେବା ନାହିଁ।ଏହାର ମୁଖ୍ୟ କାରଣ ହେଲା ସାମାନ୍ୟ ଟିକେ ସମସ୍ୟା ହେଲେ ପୁରା ବ୍ଲକ ସଦରର ଲାଇନ କାଟି ଦିଆଯାଉଛି।ଏପଟେ ଲୋକଙ୍କ ବିଲ୍ ରେ ମଧ୍ୟ ତ୍ରୁଟି ରହୁଛି।ଲୋକଙ୍କର ମନଇଚ୍ଛା ବିଲ୍ ଆସୁଛି।ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନି।ଲକ୍ଷ୍ମୀପୁର ବ୍ଲକ ରେ ବିଜୁଳି ସମସ୍ୟା ଏକ ବଡ଼ ସମସ୍ୟା ପାଲଟିଛି।ତେଣୁ ବିଜୁଳି ସମସ୍ୟାକୁ ନେଇ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇବା ପୂର୍ବରୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇ ପଡିଛି।

Leave a Reply

Your email address will not be published. Required fields are marked *