ଚାରିଛକ,୨୧/୦୭/୨୦୨୫(ଓଡ଼ିଶା ସମାଚାର)-ଚାରିଛକ ନିକଟସ୍ଥ ତୁଳସୀପୁର ପଂଚାୟତ ବନ୍ଦେଶ୍ୱରସ୍ଥିତ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଚାରିଛକ ପ୍ରେସ କ୍ଳବର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଳବ୍ ର ସଭାପତି ପ୍ରଫୁଲ୍ଲ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କ୍ଳବର ଉପଦେଷ୍ଟା ପ୍ରଫେସର ଗୋପୀନାଥ କର,ଡଃ ସନ୍ତୋଷ କୁମାର ମିତ୍ର, ପ୍ରାକ୍ତନ ଆଇଆରଏସ ଚନ୍ଦ୍ରକାନ୍ତ ଦଳେଇ ଓ କାହ୍ନୁ ଚରଣ ବେହେରା ଯୋଗଦେଇ ଚାରିଛକ ପ୍ରେସ ଅନେକ ସମୟରେ ବିଭିନ୍ନ ଅଂଚଳରେ ବହୁ ସାମାଜିକ କାର୍ଯ୍ୟକ୍ରମ କରି ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ଏହି ଅବସରରେ ପ୍ରେସ କ୍ଳବର ନୂତନ କର୍ମକର୍ତା ଭାବେ କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସ୍ୱାଇଁ, ଉପ-ସଭାପତି ବସନ୍ତ କୁମାର ଦାସ, ସହସଂପାଦକ ସନ୍ତୋଷ ଦାସ ଓ ସୁବାସ ସାହୁ, ସଂଗଠନ ସଂପାଦକ ବିଜୟ କୁମାର ବେହେରା, ମିଡିଆସେଲ ସଂଯୋଜକ ବସନ୍ତ କୁମାର ମଲ୍ଲ, କୋଷାଧ୍ୟକ୍ଷ ସୈାମ୍ୟରଂଜନ ତ୍ରିପାଠୀ ଓ କାର୍ଯ୍ୟକାରୀ ସଦସ୍ୟଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପ୍ରଫୁଲ୍ଲ କୁମାର ସାହୁଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ପରବର୍ତୀ ନିର୍ବାଚନ ପର୍ଯ୍ୟନ୍ତ ଏହି କମିଟି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକରିବାକୁ ଉପଦେଷ୍ଟାମାନେ ପରାମର୍ଶ ଦେଇଥିଲେ । ଆସନ୍ତା ଅଗଷ୍ଟ ୧୫ ସ୍ୱାଧିନତା ଦିବସ ମହା ଆଡମ୍ବରପୂର୍ଣ୍ଣ ସହକାରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ପ୍ରେସ କ୍ଳବରେ ନୂତନସଭ୍ୟ ହେବାପାଇଁ ୪ଜଣ ପ୍ରତିନିଧି ଆବେଦନ କରିଥିଲେ । ସେମାନଙ୍କ ଆବେଦନକୁ ବିଚାରକୁ ନିଆଯାଇ ନୂତନ ସଭ୍ୟଭାବେ ଗ୍ରହଣ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ କ୍ଳବର ଲିଗାଲ ଆଡଭାଇଜର ଆଇନଜୀବୀ ରଜନୀକାନ୍ତ ତ୍ରିପାଠୀ, ଆଇନଜୀବୀ ସରିତାଞ୍ଜଳି ନାୟକ, ପ୍ରାଧ୍ୟାପକ ପଂଚାନନ ସାହୁ, ବନବିହାରୀ ଦାଶ, ସ୍ତମ୍ଭକାର ସନ୍ତୋଷ ଦାଶ, ଅଜୟ ଦାଶ, ପ୍ରଫୁଲ୍ଲ କୁମାର ସାହୁ, ସିନ୍ଧୁ ଚରଣ ସାହୁ, ଶିଶିର ନାୟକ, ଅର୍ଜୁନ ପାତ୍ର, ବିଦ୍ୟାଧର ସ୍ୱାଇଁ, ଅଧୀନ ପାତ୍ର, ଗଦାଧର ସେଠ୍, ସାମ୍ବାଦିକ କୈଳାସ ପାତ୍ର, ଶଶିକାନ୍ତ ତ୍ରିପାଠୀ, ରାଜେଶ ଲେଙ୍କା, ପ୍ରଶାନ୍ତ ସାହୁ, ଅଚ୍ୟୁତାନନ୍ଦ ମିଶ୍ର, ବିନୋଦ ପ୍ରଧାନ, ଉମାକାନ୍ତ ଭୋଇ, ରଣଜିତ କାଣ୍ଡି, ଦେବାଶିଷ ନାୟକ ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ କ୍ଳବର ସାଧାରଣ ସଂପାଦକ ଡଃ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
