ରାଜ୍ୟ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ହେଲେ କଟକ ସଦର ଵିଜେପି ନେତା ଦିଲ୍ଲିପ ମଲ୍ଲିକ

କଟକ ସଦର ,୩୦ /୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ଭାରତୀୟ ଜନତା ପାର୍ଟି (ଵିଜେପି) ଇତିମଧ୍ୟରେ ୧୯ ଜଣ ମୁଖପାତ୍ର,୧୨ ଜଣ ପ୍ୟାନେଲିଷ୍ଟ ଓ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା କରିଥିବା ପ୍ରେସ୍ ବାର୍ତାରୁ ଜଣାପଡିଛି। ଏଥିରେ କଟକ ସଦର ଵିଜେପି ନେତା ଦିଲ୍ଲିପ ମଲ୍ଲିକଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଆଯାଇଥିବା ପ୍ରକାଶିତ ତାଲିକାର ୧୨ ନମ୍ବର କ୍ରମିକ ସଂଖ୍ୟାରୁ ଜଣାପଡିଛି। ଏହା ଜଣାପଡିବା ପରେ କଟକ ସଦର ଵିଜେପି ମହଲରେ ଖୁସିର ଲହରୀ ଖେଳିଯାଇଥିଲା ଵେଳେ ତାଙ୍କୁ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, ଜିଲ୍ଲା ଉପସଭାପତି ନିର୍ମଳ ଦାସ, ସାଧାରଣ ସଂପାଦକ ଆଲୋକ ମହାନ୍ତି,ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣ ଚନ୍ଦ୍ର ସାହୁ, ଯୋଗେନ୍ଦ୍ର ଭୋଇ, ଚନ୍ଦ୍ର ଶେଖର ମଲ୍ଲିକ, ଅଶୋକ ସାମଲ, ଲିଙ୍ଗରାଜ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *