ଯାଜପୁର , ୨୪/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):-ଏବେ ତାପମାତ୍ରାର ଅହେତୁକ ବୃଦ୍ଧି ତଥା ପରିବେଶର ଅଦ୍ଭୂତପୂର୍ବ ପରିବର୍ତ୍ତନ ବିଶ୍ଵର ବୁଦ୍ଧିଜୀବୀ ମାନଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ବୈଜ୍ଞାନିକ ମାନଙ୍କ ଚେତାବନୀ ଏଭଳି ତାପମାତ୍ରା ବୃଦ୍ଧି ଘଟିଲେ ମାତ୍ର କିଛିବର୍ଷ ମଧ୍ୟରେ ପୃଥିବୀରୁ ଜୀବ ସତ୍ତା ଲୋପ ପାଇଯିବ । ଏହାର ଏକମାତ୍ର ବିକଳ୍ପ ବହୁ ପରିମାଣର ବୃକ୍ଷରୋପଣ କରିବା ଆବଶ୍ୟକ । ଏହାକୁ ଆଖି ଆଗରେ ରଖି ବରୀ ବ୍ଲକ ସର୍ବପୁରାତନ ଶିକ୍ଷାନୁଷ୍ଠାନ କିମ୍ଭିରିଆପାଳ ପଂଚାୟତ ର ନବଭାରତୀ ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ଜଣାଶୁଣା ପରିବେଶବିତ୍ (ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ) ତଥା ରୋଟାରିଆନ ଗିରିଶ ବିହାରୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର କର୍ମଚାରୀଙ୍କୁ ସାଥିରେ ନେଇ ବିଭିନ୍ନ ପ୍ରକାରର ଚାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , କିମ୍ଭିରିଆପାଳ ପଞ୍ଚାୟତର ଲୋକମାନଙ୍କୁ ଓ କିଛି ବିଦ୍ୟାଳୟକୁ ପ୍ରଦାନ କରି ଭୂୟସୀ ପ୍ରଶଂସା ସାଉଁଟିଥିଲେ । ପ୍ରକାଶ ଥାଉକି ଶ୍ରୀ ମିଶ୍ର ପ୍ରତ୍ୟେକ ବର୍ଷ ” ବନମହୋତ୍ସବ” ଉପଲକ୍ଷେ ବହୁ ସଂଖ୍ୟାରେ ଚାରା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ବାଣ୍ଟିବା ସହ ନିଜ ତତ୍ତ୍ଵାବଧାନରେ ରୋପଣ କରି ତାର ଯତ୍ନ ନେଇଥାନ୍ତି । ତାଙ୍କର ମତ ” ଚାଲ ଲଗେଇବା ଚାରା ଗଛ ଆମ ଭବିଷ୍ୟତ ହୋଇବ ସ୍ୱଚ୍ଛ” ସଚେତନତା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସାରିତ ହୋଇପାରିଛି ।