କଟକ ସଦର,୧୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଗୁରୁବାର କଂଗ୍ରେସର ଓଡ଼ିଶା ଵନ୍ଦ ଡାକରାରେ ରାସ୍ତାଘାଟ ଶୁନଶାନ୍ ଥିବା ଏଵଂ ପୋଲିସ ମାନେ ସେହି କାର୍ଯ୍ୟରେ ବ୍ୟସ୍ତ ଥିବା ସୁଯୋଗରେ ଦୁଇଜଣ ଦୁର୍ବୃତ୍ତ ମଟରସାଇକେଲ ରେ ପିଛା କରି ଜନୈକା ମହିଳା ଙ୍କ ବେକରୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟି ନେଇଥିବା ଜଣାଯାଇଛି। ଲୋକମାନେ ଗୋଡାଇବାରୁ ମଟରସାଇକେଲ ପଡିଯିବାରୁ ଜଣେ ଲୁଟେରା କୁ ଲୋକେ ମାଡିବସି ଉତ୍ତମ ମଧ୍ୟମ ଦେଇ ପୋଲିସ ର ଜିମା ଦେଇଥିବା ବେଳେ ଅନ୍ୟ ଜଣେ ଖସିଯିବାକୁ ସମର୍ଥ ହୋଇଛି।
ପ୍ରକାଶ ଯେ ଜନୈକ ଦମ୍ପତି ମେଡିକାଲ କାମରେ ଯାଉଥିବା ବେଳେ ମାଲଗୋଦାମ ଥାନା ଅଞ୍ଚଳରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଶିକାର ହୋଇଥିଲେ। ପୋଲିସ ଧରାପଡ଼ିଥିବା ଲୁଟେରା କୁ ହେପାଜତକୁ ନେଇ ଅନ୍ୟ ଜଣଙ୍କୁ ଧରିବାକୁ ତନାଘନା ଚଳାଇଥିବା ଜଣାପଡିଛି। ସୁନା ଚେନ ଟି ଖସି ଯାଇଥିବା ଲୁଟେରା ପାଖରେ ଥିବା ବେଳେ ସେମାନେ ବ୍ୟବହୃତ କରିଥିବା ବାଇକ୍ କୁ ପୋଲିସ ଜବତ କରିଛି।
