ସାପ କାମୁଡ଼ାରେ ବାପ ମା ମୃତ, ବେସାହାରା ଦୁଇ ଶିଶୁ , ସହାୟତା ପାଇଁ ଆକୁଳ ନିବେଦନ 

କଟକ ସଦର , ୧୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାପ କାମୁଡ଼ାରେ ଦିନ ମଜୁରିଆ ଦୁଇ ବାପ ମା ଙ୍କର ଅକାଳ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ର ଛାୟା ଖେଳାଇ ଦେଇଥିବା ବେଳେ ସେମାନଙ୍କ ଦୁଇ ଶିଶୁ ଏଵେ ବେସାହାରା ହୋଇପଡିଛନ୍ତି। ଏମାନଙ୍କର ଦାୟିତ୍ୱ ନେବାକୁ ସରକାରୀ ଓ ବେସରକାରୀ ସ୍ତରରେ ଆନ୍ତରିକ ଉଦ୍ୟମ ହେବାକୁ ସବୁ ମହଲରୁ ଆକୁଳ ନିବେଦନ କରାଯାଉଛି। ପ୍ରକାଶ ଯେ କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ପୁରୁଣାପାରି ଗ୍ରାମର ଦିନ ମଜୁରୀଆ ପତି ମାନସ ବାରିକ୍ (୪୫) ଓ ପତ୍ନୀ ନମୀତା ରାଉତ(୩୫) ଚିତ୍ରୋତ୍ପଳା ନଦୀ ପାର୍ଶ୍ଵରେ ଯାଇଥିବା ଏକ ଯୋର ନିକଟରେ କୁଡିଆ କରି ରହୁଥିବା ବେଳେ ସର୍ପାଘାତ ର ଶୀକାର ହୋଇଥିଲେ।

ଉଭୟ ପତିପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ବୁଧବାର ଦିନ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ଉଭୟଙ୍କୁ ଗ୍ରାମ୍ୟ ଶ୍ମଶାନରେ ଶୋକାକୁଳ ପରିବେଶ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ସୈ।ଭାଗ୍ୟ ବଶତଃ ରହିଯାଇ ବେସାହାରା ହୋଇଯାଇଥିବା ଦୁଇ ଶିଶୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଝିଅ କଲ୍ୟାଣୀ ବାରିକ୍(୧୦) ଓ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅ ଓମ୍ ସିନ୍ଧୁ ବାରିକ୍(୫) ଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବେସାହାରା ହୋଇଯାଇଥିବା ଦୁଇ ଶିଶୁ ଙ୍କୁ ସହାୟତା ର ହାତ ବଢ଼ାଇବାକୁ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ପ୍ରତିଶ୍ରୁତି ଦେଵା ସହିତ ଏମାନଙ୍କର ଦାୟିତ୍ୱ ସରକାର ବହନ କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *