କଟକ ସଦର,୧୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ ୪୨ ମୌଜା ଥାନା ଵେଣ୍ଟକାର ଛକ ବଜାର ଠାରେ ଆଜି ମଙ୍ଗଳବାର ଅପରାହ୍ନରେ ସେହି ସ୍ଥାନର ଜନୈକ ମଟରସାଇକେଲ ଆରୋହୀ କାହ୍ନା ଓରଫ ରାଜେଶ ମହାନ୍ତିଙ୍କ ଉପରେ ଏକ ମାଲବାହୀ ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ କଟକ ପଟୁ ମାଲବାହୀ ଟ୍ରକଟି ୪୨ ମୌଜା ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ମଟରସାଇକେଲ ଆରୋହୀ କାହ୍ନା ଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ଦୂର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି କାହ୍ନା ଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କାହ୍ନା ବିଜେଡ଼ି ର ଜଣେ ଆଗଧାଡିର ସକ୍ରିୟ କର୍ମୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
