ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧାଙ୍କର ମୃତ୍ୟୁ

 ନୟାଗଡ,୨୫/୦୫/୨୦୨୪ (ଓଡ଼ିଶା ସମାଚାର)-  ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆ ନୂଆଗାଁ ଭୋଟଦାନ କେନ୍ଦ୍ରରେ ଧାହିରେ ଛିଡା ହୋଇଥିବାବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କୁମୁଦିନୀ ଦଳାଇ। ବୟସ ପ୍ରାୟ ୬୫ ବର୍ଷ। କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁରେ। ମତଦାନ କେନ୍ଦ୍ରରେ ଛିଡା ହୋଇଥିବାବେଳେ ପ୍ରବଳ ଖରା ଗରମ ଯୋଗୁଁ ତାଙ୍କର ମୁଣ୍ଡ ବୁଲାଇଥିଲା। ଅସୁସ୍ଥ ପରେ ତାଙ୍କୁ ଖଣ୍ଡପଡା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *