ଧରିଣା ଉଚ୍ଚ ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

କଟକ ସଦର,୦୭/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ଧରିଣା ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ ଶ୍ରେଣୀଗୃହ କୁ ଆଜି ଶନିବାର ଦିନ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଛନ୍ତି।

ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ନାଥ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସାଂସଦ, ବିଧାୟକ, ଚେୟାରମେନ, ପୂର୍ବତନ ଚେୟାରମେନ ସାଧୁ ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭସ୍ମିତା ନାଥଙ୍କ ସମେତ ସରପଂଚ ରତ୍ନାକର ରାଉତ, ପୂର୍ବତନ ସରପଂଚ ବିରଜା ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଲିଲିପ୍ରିୟା ରାଉତ, ସଂଜୟ କୁମାର ବିଷୋୟୀ, ନିରଞ୍ଜନ ସତପଥି, ସସ୍ମିତା ବେହେରା,ମାନସ ରଞ୍ଜନ ପଣ୍ଡା,ମାନସ ରଞ୍ଜନ ସ୍ୱାଇଁ, ସୂର୍ଯ୍ୟମଣି ରାଉତରାୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ,ଵିଜୟ କୁମାର ରାଉତ,ଶରତ କୁମାର ଦାଶ, ବିଶ୍ୱଜିତ୍ ବାଡ଼ି, ବିଶ୍ୱଜିତ୍ ସତପଥି, କାଳିଆ ପଣ୍ଡା, ବସନ୍ତ ରାଉତ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *