ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ 

ବାଲିଗୁଡ଼ା,୧୯/୧୧/୨୩:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭୁବନେଶ୍ୱର ରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି। ପ୍ରଥମ ଦିନରେ ଖଜୁରୀପଡା, ଫିରିଙ୍ଗିଆ, ଦାରିଙ୍ଗବାଡି , ଦ୍ୱିତୀୟ ଦିନରେ ଦାରିଙ୍ଗବାଡି, କ.ନୂଆଗାଁ ଓ ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ବୁଲି ଦେଖିବା ସହ ତୃତୀୟ ଦିନରେ ରାଇକିଆ ଓ ଜି.ଉଦୟଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫- ଟି ରେ ସାମିଲ ପରେ ବିଦ୍ୟାଳୟ ର ଆର୍ଥିକ ସ୍ଥିତି ଶ୍ରେଣୀ କୋଠରି ,ବିଜ୍ଞାନ ପରୀକ୍ଷାଗାର , ପାଠାଗାର, ଛାତ୍ରୀ ନିବାସ ,ପରିବେଶ ଆଦି ବ୍ୟବସ୍ଥା ବୁଲି ଦେଖିବା ସହ ବିଦ୍ୟାଳୟ ର ଅଧ୍ୟକ୍ଷ,ଅଧ୍ୟାପକ , ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ କିଭଳି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବ। ବାଲିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲିବା ସମୟରେ ବିଦ୍ୟାଳୟ ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଦୁଇ ଜଣିଆ ଟିମରେ  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ଲୋପାମୁଦ୍ରା ପଣ୍ଡା ଓ ପ୍ରଣବ ଶତପଥି ରହିଥିବା ବେଳେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ। ସେଥି ମଧ୍ୟରେ ଫୁଲବାଣୀ ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡା, ଚକାପାଦ ଅଧ୍ୟକ୍ଷ ଶ୍ରୀକାନ୍ତ ଖମାରୀ, କୋଟଗଡ ଅଧ୍ୟକ୍ଷ ସ୍ନେହଜିତ ପ୍ରଧାନ, ଭିକାରୀ ବେହେରା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *