ଭୁବନେଶ୍ୱର,୦୭/୧୧/୨୦୨୬ (ଓଡ଼ିଶା ସମାଚାର)-ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଆପୋଲୋ ହସ୍ପିଟାଲ ମଜଦୁର ସଂଘ ତରଫରୁ ଶ୍ରମିକମାନଙ୍କ ଅନୈତିକ ଛଟେଇ, ଶ୍ରମ ବିଭାଗକୁ ଅଣଦେଖା, ଶ୍ରମ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବେଖାତିର କରିବା ବିରୁଦ୍ଧରେ ଆପୋଲୋ ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିବାରାତ୍ର ଗଣଧାରଣା ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସଭାପତି ଶ୍ରୀ ପ୍ରଭାତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଅଛି ।
ଏହି ଗଣଧାରଣାରେ ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ, ସମିତି ସଭ୍ୟ ଶ୍ରୀ ଶ୍ରୀନିବାସ ରାଓ, ଜିଲ୍ଲା ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତରାୟ, ସମ୍ପାଦକ ଶ୍ରୀ ଅରେମଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସମ୍ପାଦକ ଶ୍ରୀ ପାର୍ଥସାରଥୀ ମହାନ୍ତି ପରିଚାଳନା କରିଥିଲେ ।
ଆପୋଲୋ ହସ୍ପିଟାଲରେ ଶ୍ରମିକମାନଙ୍କ ଅନୈତିକ ଛଟେଇ କୁ ବିରୋଧରେ ଗଣଧାଣା
