ବାଲେଶ୍ୱର ପୀଡିତା ସୌମ୍ୟଶ୍ରୀଙ୍କ ଆଶୁଆରୋଗ୍ୟ କାମନା କରି ମହାନଦୀବିହାରରେ ସମୂହ ଦୀପଦାନ ଓ ମହମବତୀ ଶୋଭାଯାତ୍ରା

କଟକ,୧୪/୦୭/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରରେ ଅଧ୍ୟୟନରତ ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା  ସଙ୍କଟାପନ୍ନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ଏହି ଅବସରରେ କଟକ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭିଜନ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ଯୁବ ସମାଜସେବୀ ସାଇ ସୌରଭ ଜେନାଙ୍କ ନେତୃତ୍ବରେ ମହାନଦୀବିହାର ସ୍ଥିତ ମଙ୍ଗଳାମନ୍ଦିର ସମ୍ମୁଖରେ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯିବା ସହ ମହମବତୀ ଶୋଭାଯାତ୍ରା କରାଯାଇଥିଲା ।

ଏହି ଶୋଯାତ୍ରାରେ ଭିଜନ ଟ୍ରଷ୍ଟର ସମ୍ପାଦକ ଦୁର୍ଗାମାଧବ ଶତପଥୀ, ଅକ୍ଲାନ୍ତ ପଣ୍ଡା, ଗୌତମ ରାଉତ, ଦିବ୍ୟଜ୍ୟୋତି ସାହୁ, ଅଭିର୍ମୟ ରାଉତ, ଅଭିକ ପ୍ରଧାନ, ସ୍ବରାଜ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ମହାନଦୀବିହାର ମହିଳା ସମିତିର ନମିତା ଦାଶ, ମମତା ଘଡେ଼ଇ, ମାଳତୀ ଜେନା, ଲିନା ସାମଲ, ସ୍ନେହ ନନ୍ଦ, ବାସନ୍ତୀ ଶତପଥୀ, ମଧୁସ୍ମିତା ଷଡ଼ଙ୍ଗୀ, ରୀନା ଦାସ,  ସସ୍ମିତା ସାବତ, ପ୍ରଗତୀ ନାୟକ, ଗୀତାଞ୍ଜଳି ଶତପଥୀ ଏବଂ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡେ଼ଇ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ପ୍ରହ୍ଲାଦ ମହାନ୍ତି, ଭାଗିରଥୀ ସାମଲ, ସଞ୍ଜୟ ଜେନା, ରାକେଶ ତ୍ରିପାଠୀ, ସରୋଜ ପ୍ରସାଦ ସ୍ବାଇଁ, ଜ୍ଞାନରଞ୍ଜନ ଦାସ, ରମଣୀ ରଂଜନ ଦାସ, ସୁଶାନ୍ତ ଘୋଷ, ସରୋଜ ଦାସ, କବୁଲା ଆଚାର୍ଯ୍ୟ, ନିକୁଞ୍ଜ ରଥଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏହି ମହମବତୀ ଶୋଭାଯାତ୍ରାରେ ବାହାରି ପୀଡ଼ିତା ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *