କଟକ ସଦର ,୧୭/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ର ୭ ମାସ ପରେ ଏଣେ ତେଣେ ରହୁଥିବା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି (ଶୁକ୍ରବାର ଦିନ) ଭୁବନେଶ୍ବର ଗୋପବନ୍ଧୁ ଛକରେ ନୂଆ ସରକାରୀ କ୍ୱାର୍ଟର ରେ ପୂଜାର୍ଚ୍ଚନା କରି ପ୍ରଵେଶ କରିଛନ୍ତି । ଏଣିକି ବିଧାୟକ ଇଂ ସେଠୀ ଙ୍କ ନୂଆ ଠିକଣା ହେବ ଗୋପବନ୍ଧୁ ଛକ ୟୁନିଟ-୮ କ୍ୱାର୍ଟର ନଂ ୪ ଆର୍/୧୭। ଆଜିର ଏହି ଗୃହ ପ୍ରଵେଶ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ସହ ଅନ୍ୟାନ୍ୟ ସ୍ଥାନରୁ ବହୁ ନେତୃମଣ୍ଡଳୀ ଙ୍କ ସହ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ସାଜିଦ୍ ଅଲ୍ଲୀ, ସାମ୍ବାଦିକ ସରାଫତ୍ ଅଲ୍ଲୀ, ସାମ୍ବାଦିକ ଦେବେନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବିନାଶ ମହାନ୍ତି, ସ୍ୱରୁପ ସୁମନ ଦାସ, ରଘୁନାଥ ଚୈ।ଧୁରୀ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ଚିତ୍ତରଞ୍ଜନ ସାହୁ, ପ୍ରଦୀପ୍ତ ଦାସ, ଲକ୍ଷ୍ମୀଧର ଜେନା ପ୍ରମୁଖ ସହାୟତା କରିଥିଲେ।
କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ନୂତନ ସରକାରୀ କ୍ୱାର୍ଟର ପ୍ରଵେଶ
